ସୁଲଣ ପଞ୍ଚାୟତରେ ସରକାରୀ ଅନୁଦାନ ଟଙ୍କା ହଡପ ଘଟଣା, କାର୍ଯ୍ୟାନୁଷ୍ଠାନ କେବେ ?
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକ ସୁଲଣ ପଞ୍ଚାୟତରେ ସରକାରୀ ଅନୁଦାନ ହରିଲୁଟ ଘଟଣାରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥବବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ କାଇଛି । ସରପଞ୍ଚ ଅଧ ଟଙ୍କା ଫେରାଇଥିବାବେଳେ ଅବଶିଷ୍ଟ ଟଙ୍କା ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଏକାଉଣ୍ଟକୁ ଫେରସ୍ତ ହୋଇନାହିଁ । ପୁର୍ବତନ ନିର୍ବାହୀ ଅଧିକାରୀ ବ୍ଲକରୁ ରିଲିଭ ହେଲା ପରେବି ପଞ୍ଚାୟତର ଦାୟିତ୍ୱ ହସ୍ତାନ୍ତର ନକରି ୫ଲକ୍ଷ ୬୦ହଜାରରୁ ଉର୍ଦ୍ଧ ଟଙ୍କା ଉଠାଣ କରାଯାଇଥିବା ବେଳେ ପୁର୍ବବର୍ଷରେ ୨୧ଲକ୍ଷ ଟଙ୍କାର କୌଣସି ହିସାବ ଦିଆଯାଉ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ସୁଲଣ ପଞ୍ଚାୟତର ୱାର୍ଡସଭ୍ୟ ଓ ଗ୍ରାମବାସୀଙ୍କ ପକ୍ଷରୁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ବିଡିଓ ସୁଶାନ୍ତ କୁମାର ବାରିକ ଏନେଇ ପଞ୍ଚାୟତର ସରପଞ୍ଚ ଓ ପିଇଓଙ୍କୁ ଡକାଇ ଆଲୋଚନା କରିବାରୁ ସେମାନେ ଟଙ୍କା ଉଠାଇ ନେଇଥିବା ସ୍ୱୀକାର କରିବା ସହିତ ଫେରସ୍ତ କରିବାପାଇଁ ୭ଦିନ ସମୟ ନେଇଥିଲେ । ଇତିମଧ୍ୟରେ ସରପଞ୍ଚ ୨ଲକ୍ଷ ୮୦ହଜାର ଟଙ୍କା ଫେରସ୍ତ କରିଥିବାବେଳେ ଅବଶିଷ୍ଟ ଟଙ୍କା ଫେରସ୍ତ ହୋଇ ନାହିଁ । ଯେଉଁ ସରପଞ୍ଚ ଟଙ୍କା ଉଠା ଅଭିଯୋଗ ସମ୍ପର୍କରେ ଜାଣି ନାହାନ୍ତି ବୋଲି କହୁଥିଲେ ସେ ପୁଣି କିପରି ଟଙ୍କା ଫେରସ୍ତ କଲେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ବିଡିଓ ସୁଶାନ୍ତ ବାରିକଙ୍କୁ ପଚାରିବାରେ ସେ ଜିପିଓଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଜିପିଓଙ୍କ ତଦନ୍ତ ରିପୋର୍ଟ ଆସିବାପରେ ଯାଇ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଖାଲି ଏହି ଟଙ୍କା ନୁହଁ ପଞ୍ଚାୟତକୁ ୨୦୧୭/୧୮ ଓ ୨୦୧୮/୧୯ରେ ଆସିଥିବା ଅଧିକାଶଂ ଅନୁଦାନକୁ ହେରଫେର କରାଯାଇଥିବା ପଞ୍ଚାୟତବାସୀ ଅଭିଯୋଗ ହୋଇଛି । ସୁଚନାଯୋଗ୍ୟ , ଉକ୍ତ ପଞ୍ଚାୟତକୁ ୨୦୧୯/୨୦ ଆର୍ôଥକ ବର୍ଷ ପାଇଁ ୧୪ଲକ୍ଷ ୬୭ହଜାର ୭୬୨ଟଙ୍କାର ଅନୁଦାନ ପଞ୍ଚାୟତକୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏହି ଅବସରରେ ପଞ୍ଚାୟତର ପିଇଓ ବ୍ୟାସଦେବ ନାୟକଙ୍କର ୧୧/୭/୨୦୧୯ରେ ପାଟଣା ବ୍ଲକକୁ ବଦଳି ହୋଇଯାଇଥିଲା । ପିଇଓ ଜଣକ ଗତ ଅଗଷ୍ଟ ୧ତାରିଖରେ ବ୍ଲକରୁ ରିଲିଭ ହୋଇ ପାଟଣା ବ୍ଲକକୁ ପଳାଇଥିଲେ । କିନ୍ତୁ ନୁତନ ପିଇଓଙ୍କୁ ପଞ୍ଚାୟତର ଦାୟିତ୍ୱ ହସ୍ତାନ୍ତର କରିନଥିଲେ । କିନ୍ତୁ ଗତ ୨୨/୭/୨୦୧୯ରେ ପଞ୍ଚାୟତର ଏସ.ଏଫ.ସି ଏକାଉଣ୍ଟରୁ ୧ଲକ୍ଷ ୫୦ହଜାର ଟଙ୍କା ଓ ପୁନର୍ବାର ୫/୮/୨୦୧୯ରେ ପଞ୍ଚାୟତର ସିଏଫସି ଏକାଉଣ୍ଟରୁ ୫ଲକ୍ଷ ୬୦ହଜାର ଟଙ୍କା ଉଠାଇ ନେଇଥିଲେ । ସେହିପରି ଗତ ୨୦୧୮/୧୯ ଆର୍ôଥକ ବର୍ଷରେ ପଞ୍ଚାୟତକୁ ଆସିଥିବା ୨୧ଲକ୍ଷରୁ ଉର୍ଦ୍ଧ ଟଙ୍କାର କୌଣସି ହିସାବ ନାହିଁ କି ପଞ୍ଚାୟତ ଏକାଉଣ୍ଟରେ ସେହି ଟଙ୍କା ମଧ୍ୟ ନାହିଁ । ୨୦୧୯/୨୦ ଆର୍ଥିକବର୍ଷ ପାଇଁ ଆସିଥିବା ଅନୁଦାନରୁ ବିନା ଆକ୍ସନପ୍ଲାନ ଓ ବିଡିଓଙ୍କ ବିନା ଆପ୍ରୁଭାଲରେ ଟଙ୍କାଟିଏବି ଉଠାଇ ନପାରିବାର ନିୟମ ଥିଲେବି କିପରି ଓ କେଉଁ ପରିସ୍ଥିତିରେ ଟଙ୍କା ଉଠାଣ ହେଲା ତାହାକୁ ନେଇ ପ୍ରଶ୍ନ ଉଠିଥିଲା । ପଞ୍ଚାୟତର ଉନ୍ନତି କରଣ କାର୍ଯ୍ୟପାଇଁ ସରକାର ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଯୋଗାଇ ଦେଉଥିବାବେଳେ କୌଣସି କାର୍ଯ୍ୟ ନକରି ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଇଯିବା ଘଟଣା ଓ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବା ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାକୁନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ କରିବାକୁ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି ।