ସୁଲଣ ସରପଞ୍ଚଙ୍କ ଆସ୍ଥା ଭୋଟ ପରେ ଅଚଳାବସ୍ଥା ଜାରି
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ସୁଲଣ ପଞ୍ଚାୟତର ସରପଞ୍ଚ ଅଲିଭା ପଲେଇ ଆସ୍ଥା ଭୋଟରେ ହାରିବାପରେ ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାନଯିବା ଓ ନାଏବ ସରପଞ୍ଚଙ୍କୁ ଦାୟିତ୍ୱ ହସ୍ତାନ୍ତର କରାନଯିବାରୁ ପଞ୍ଚାୟତରେ ଅଚଳାବସ୍ଥା ଦେଖା ଦେଇଛି । ରାଜ୍ୟ ସରକାର ଏହି ପଞ୍ଚାୟତର ସରପଞ୍ଚଙ୍କୁ ନିଲମ୍ବିତ କରିବାପରେ ଗତ ୭ତାରିଖ ଦିନ ୱାର୍ଡସଭ୍ୟସଭ୍ୟାଙ୍କ ପକ୍ଷରୁ ଆଗତ ଅସସ୍ଥା ଭୋଟ ହୋଇଥିଲା । ଏଥିରେ ୧୧ଜଣ ସଭ୍ୟସଭ୍ୟା ଅନାସ୍ଥା ସପକ୍ଷରେ ମତଦାନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ଭାବେ ଜିଲ୍ଲା କାର୍ଯ୍ୟାଳୟରୁ ବ୍ଲକକୁ କୌଣସି ସୁଚନା ଦିଆନଯିବା କିମ୍ବା ନାଏବ ସରପଞ୍ଚଙ୍କୁ ସରପଞ୍ଚ ଦାୟିତ୍ୱ ଦିଆଯିବା ନେଇ କୌଣସି ନିଶ୍ପତି ହୋଇନାହିଁ । ଯାହାଦ୍ୱାରାକି ଉକ୍ତ ପଞ୍ଚାୟତର ଭତ୍ତା ଟଙ୍କା ଉଠାଇବାରେ ଅସୁବିଧା ଉପୁଜିଥିଲା । ସରପଞ୍ଚ ଓ ପିଇଓଙ୍କ ନାମରେ ବ୍ୟାଙ୍କ ଏକାଉଣ୍ଟ ଥିବାରୁ ଟଙ୍କା ଉଠାଣ ହୋଇପାରି ନଥିଲା । ଫଳରେ ଆଜି ବ୍ଲକ କର୍ତ୍ତୁପକ୍ଷ ପିଇଓଙ୍କ ନାମରେ ଟଙ୍କା ଜମାକରାଇ ଆସନ୍ତା କାଲି ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ବ୍ୟବସ୍ଥା କରାଇଛନ୍ତି ।


