ସୁଲେଖିକା ନିର୍ମଳପ୍ରଭା ନାୟକଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସୁଲେଖିକା ନିର୍ମଳପ୍ରଭା ନାୟକଙ୍କ ବିୟୋଗରେ କେନ୍ଦ୍ରାପଡାରେ ଗଭୀର ଶୋକ ପ୍ରକାଶ ପାଇଛି । ସେ ହେଉଛନ୍ତି ବିଶିଷ୍ଟ ଗାନ୍ଧୀବାଦୀ ରାଜନେତା ତଥା ପାଟକୁରାର ପ୍ରାକ୍ତନ ବିଧାୟକ ରାଜକିଶୋର ନାୟକଙ୍କ ଧର୍ମପତ୍ନୀ ଏବଂ ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକଙ୍କ ମା । ସ୍ୱର୍ଗତା ନାୟକ ଗତବର୍ଷ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କ ରଚିତ ପୁସ୍ତକ ସାୟାହ୍ନର ସ୍ମୃତି ପାଇଁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପ୍ରାକ୍ତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରାକ୍ତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଯୁବନେତା ମହେନ୍ଦ୍ର ମିଶ୍ର, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ରଞ୍ଜିତ ସାହୁ, ପୈାରାଧ୍ୟକ୍ଷା ସରିତା ସାହୁ, ମହମ୍ମଦ ସେକ ଇନାୟତ, ସେକ ନିଆଜ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ