ସୁଶାନ୍ତଙ୍କୁ ବିଷ ଦିଆ ଯାଇନଥିଲା
ମୁମ୍ବାଇ,(ୱାଇଏନ୍ଏସ୍): ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦୀର୍ଘ ୪ ମାସ ବିତିସାରିଲାଣି | କିନ୍ତୁ ତାଙ୍କ ମୃତୁକୁ ନେଇ ତଦନ୍ତ ଜାରି ରହିଛି । ସୁଶାନ୍ତ ରାଜପୁତଙ୍କ କେସରେ ୨୦ ପ୍ରତିଶତ ଭିସେରାକୁ ନମୁନାକୁ ନେଇ ଏମ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଯେଉଁଥିରେ ଏକ ବଡ଼ ଖୁଲାସା ହୋଇଥିବା ସାମ୍ନାକୁ ଆସିଛି । ମିଳିଥିବା ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କୁ ବିଷ ଦିଆ ଯାଇନଥିଲା । ଏମ୍ସ ଡ଼ାକ୍ତରଙ୍କୁ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାର ବିଷ ମିଳିନାହିଁ ବୋଲି ସୂଚନା ମିଳିଛି ।