ସୁଶାନ୍ତଙ୍କୁ ମନେପକାଉଛି ଇସ୍ରାଏଲ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅଚାନକ ନିଧନରେ ତାଙ୍କ ପ୍ରଶଂସକମାନେ ଶୋକ ବ୍ୟକ୍ତ କରୁଛନ୍ତି। ଏବେ ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟ ସୁଶାନ୍ତଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଇସ୍ରାଏଲର ବୈଦେଶିକ ମନ୍ତ୍ରଣାଳୟର ଉପମହାନିର୍ଦେଶକ ଗିଲାଦ କୋହେନ ନିଜ ଦେଶରେ ଥିବା ସୁଶାନ୍ତଙ୍କ ପ୍ରଶଂସକଙ୍କ ପକ୍ଷରୁ ଟ୍ବିଟରରେ ଲେଖିଛନ୍ତି ଯେ ଇସ୍ରାଏଲର ଜଣେ ପ୍ରକୃତ ବନ୍ଧୁ ସୁଶାନ୍ତଙ୍କ ନିଧନରେ ଦେଶବାସୀ ଗଭୀର ସମବେଦନା ବ୍ୟକ୍ତ କରୁଛନ୍ତି। ତୁମେ ବହୁତ ମନେପଡ଼ିବ ବୋଲି ଗିଲାଦ କହିଛନ୍ତି। ଏହି ଟ୍ବିଟ୍ ସହିତ କୋହେନ ସୁଶାନ୍ତଙ୍କ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହୋଇଥିବା ଡ୍ରାଇଭ୍ ସିନେମାର ଗୀତ ମଖନାର ଲିଙ୍କ ଶେୟାର କରିଛନ୍ତି। ସୂଚନାଯୋଗ୍ୟ ଯେ ଏହି ଡ୍ୟାନ୍ସ ଟ୍ରାକର ଶୁଟିଂ ଇସ୍ରାଏଲରେ ହୋଇଥିଲା। ଏହି ଗୀତର ଲିଙ୍କ ଦେଇ କୋହେନ ଲେଖିଛନ୍ତି ଯେ ନିମ୍ନରେ ଦିଆଯାଇଥିବା ଲିଙ୍କରେ ଅଭିନେତାଙ୍କ ମହାନ କାମ ମଧ୍ୟରୁ ଗୋଟିଏକୁ ଦେଖନ୍ତୁ। ସେହିପରି କିଛି ଦିନ ପୂର୍ବରୁ ଇଣ୍ଡୋନେସିଆ ମଧ୍ୟ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସେଠାର ଏକ ପାର୍କରେ ବିଶାଳକାୟ ସ୍କ୍ରିନରେ ଏମ୍ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀର ଗୀତ ବଜାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ