ସୁଶାନ୍ତଙ୍କ ମୃତୁରେ ରାଜନେତା, କ୍ରିକେଟ, ବଲିଉଡ଼ ସମେତ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ, : ୩୪ ବର୍ଷୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇସ୍ଥିତ ତାଙ୍କ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ରବିବାର ଦିନ ତାଙ୍କ ଶବ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ଘରର ଚାକର ଫୋନ କରି ପୋଲିସକୁ ଏହା ଜଣାଇଥିଲା । ଏବେ ସୁଦ୍ଧା ତାଙ୍କର ମୃତ୍ୟୁର କାରଣ ଜଣାପଡ଼ିନାହିଁ । ସୁଶାନ୍ତ ସିଂହ ବଲିଉଡ଼ର ଜଣେ ଲୋକପ୍ରିୟ ଅଭିନେତା ଥିଲେ । ସେ ତାଙ୍କ କ୍ୟାରିୟରର ଶୁଭାରମ୍ଭ ଟିଭି ପରଦାରୁ ଆରମ୍ଭ କରିଥିଲେ । ପ୍ରଥମେ ସେ କିସ ଦେଶ ମେଁ ହେ ମେରା ଦିଲ ଧାରାବାହିକରେ କାମ କରିଥିଲେ । ପରେ ଏକତା କପୁରଙ୍କ ଧାରାବାହିକ ପବିତ୍ର ରିସ୍ତାରେ କାର୍ଯ୍ୟ କରିଥିଲେ । ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସମୟ ମୃତ୍ୟୁରେ ରାଜନୈତିକ, କ୍ରିକେଟ ଏବଂ ବଲିଉଡ଼ ଜଗତରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, କଂଗ୍ରେସ ନେତା ଦୀପେନ୍ଦ୍ର ହୁଡ଼୍‌ଡ଼ା ଓ ଉତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସହିତ ସମସ୍ତ ନେତା ସୁଶାନ୍ତ ସିଂଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୁଶାନ୍ତ ସିଂହଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରି ନିଜ ଟ୍ୱିଟରରେ କହିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତ ଏକ ଉଜ୍ଜଳ ଯୁବ ଅଭିନେତା ବହୁତ ଶିଘ୍ର ଚାଲିଗଲେ । ସେ ଟିଭି ଓ ଫିଲ୍ମରେ ବହୁତ ଭଲ କାମ କରିଥିଲେ । ମନୋରଂଜନ ଦୁନିଆରେ ତାଙ୍କର ଉଦୟ ବହୁତ ଲୋକଙ୍କୁ ପ୍ରେରଣା ଯୋଗାଇବା ସହିତ ତାଙ୍କର ଭଲ ଏକଟିଙ୍ଗ ଆମ ସମସ୍ତଙ୍କ ମନକୁ କିଣି ନେଇଥିଲା । ତାଙ୍କ ମୃତ୍ୟୁରେ ମୁଁ ସ୍ତବ୍ଧ । ଏହା ସହିତ ପ୍ରଧାନମନ୍ତ୍ରୀ ମୋଦି ସୁଶାନ୍ତ ସିଂହଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ଟ୍ୱିଟରରେ କହିଛନ୍ତି ଯେ, ହିନ୍ଦୀ ଫିଲ୍ମର ଯୁବ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ଆମକୁ ସ୍ତବ୍ଧ କରିଦେଇଛି । ତାଙ୍କ ଅଭିନୟ, ପ୍ରତିଭା ଏବଂ କୌଶଳ ଯୋଗୁଁ ଲୋକମାନେ ତାଙ୍କୁ ଭଲ ପାଉଥିଲେ । ତାଙ୍କର ହଠାତ୍ ଇହ ଜଗତରୁ ଚାଲିଯିବା ଦୁଃଖଦାୟକ ଏବଂ ଫିଲ୍ମ ଜଗତ ପାଇଁ ବଡ଼ କ୍ଷତି ଘଟିଲା ବୋଲି ସେ କହିଥିଲେ । ଭଗବାନ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ