ସୁଶାନ୍ତଙ୍କ ସ୍ୱଦେଶୀ କ୍ରାନ୍ତି ମିଶନ ଗୁରୁ ଦିବସ ପାଇଁ ନିଆରା ଉପହାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଗକୁ ଆସୁଛି ଗୁରୁ ଦିବସ । ଗୁରୁ ଦିବସକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଆରମ୍ଭ କରିଛନ୍ତି ସ୍ୱଦେଶୀ କ୍ରାନ୍ତି ମିଶନ୍ । ନିଜର ଅଧ୍ୟବସାୟ ବଳରେ ଗୁରୁଙ୍କ ଉଦ୍ଦେଶ୍ୟରେ ପରିବେଶ ଅନୁକୁଳ ପେନ୍‌ଷ୍ଟାଣ୍ଡ ତିଆରି କରିଛନ୍ତି । ସ୍ଥାନୀୟ ଅଞ୍ଚଳରୁ କାଠି, ସୁତୁଲି, ସୂତା, ଷ୍ଟୋନ୍ ଏବଂ ମାଳିକୁ ବ୍ୟବହାର କରି ପରିବେଶକୁ ସୁହାଇଲା ଭଳି ପେନ୍‌ଷ୍ଟାଣ୍ଡ୍ ପ୍ରସ୍ତୁତ କରିଛନ୍ତି । ଏଥିରେ ତାଙ୍କ ପତ୍ନୀ ଅନସୂୟା ସାହୁ ସହଯୋଗ କରିଛନ୍ତି । ପେନ୍‌ଷ୍ଟାଣ୍ଡ୍ ଗୁଡ଼ିକ ବେଶ୍ ଆକର୍ଷଣୀୟ ହେବା ସହ ଲୋକମାନଙ୍କ ମନ ଜିଣିପାରିଛି । ଏସବୁକୁ ସେ ସୁଲଭ ମୂଲ୍ୟରେ ବଜାରରେ ଉପଲବ୍ଧ କରି ଯୋଗାଇ ଦେଇଛନ୍ତି । ଏ ସମ୍ପର୍କରେ ସୁଶାନ୍ତ କହନ୍ତି, ଦିନକୁ ଦିନ ବଢିବାରେ ଲାଗିଛି ପ୍ଲାଷ୍ଟିକ୍‌ର ବ୍ୟବହାର । ଯାହା ପରିବେଶକୁ ବିଗାଡ଼ିବାରେ ଲାଗିଛି । ମାଟିକୁ ଅନୁର୍ବର କରାଇବା ଠାରୁ ଜଳକୁ ପ୍ରଦୂଷିତ କରିବା ଯାଏ ଅନେକ ସମସ୍ୟା ସୃଷ୍ଟି କରୁଛି ପ୍ଲାଷ୍ଟିକ୍ । ପ୍ଲାଷ୍ଟିକ୍‌ର ବ୍ୟବହାରକୁ ଯଥାଶୀଘ୍ର ହ୍ରାସ କରାଇବା ପାଇଁ ଏ ହେଉଛି ଆମର ଗୋଟିଏ ଛୋଟ ପ୍ରୟାସ । ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ପର୍ବପର୍ବାଣୀ ହେଉ ବା ଉତ୍ସବ ହେଉ ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖି ଏହାକୁ କିପରି ପାଳନ କରିହେବ ସେ ଦିଗରେ ସୁଶାନ୍ତ କାର୍ଯ୍ୟ କରି ଆସୁଛନ୍ତି । ରାଖି ପୂର୍ଣ୍ଣମୀରେ ବିହନ ରାଖି ନିର୍ମାଣ ହେଉ ବା ହୋଲିରେ ପ୍ରାକୃତିକ ରଙ୍ଗର ବ୍ୟବହାର ଉପରେ ଗୁରୁତ୍ୱ ଦେଇ ସେ ବିଭିନ୍ନ ବ୍ୟବହାର ସାମଗ୍ରୀ ନିର୍ମାଣ କରି ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି । ସ୍ୱଦେଶୀ ସାମଗ୍ରୀ ବହୁଳ ବ୍ୟବହାର ହେଉ ଯାହା ପ୍ରକୃତି ସନ୍ତୁଳନରେ ବେଶ୍ ସହାୟକ ହୋଇପାରିବ ବୋଲି ଶ୍ରୀ ସାହୁ ଏହି ଅବସରରେ ଆଶାପ୍ରକଟ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ