ସୁଶାନ୍ତ ସିଂ ଆତ୍ମହତ୍ୟା: ମୃତ୍ୟୁ ପୂର୍ବରୁ ଉଇକିପିଡିଆରେ ହୋଇସାରିଥିଲା ଅପଡେଟ୍
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ଆତ୍ମହତ୍ୟାକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ମୁମ୍ବାଇ ପୁଲିସ ହାତରେ ଏକ ନୂଆ ତଥ୍ୟ ଲାଗିଛି। ଏହି ତଥ୍ୟଟି ସୁଶାନ୍ତ ସିଂଙ୍କ ଉଇକିପିଡିଆ ସହିତ ଜଡ଼ିତ ରହିଛି। ସୁଶାନ୍ତଙ୍କ ଆତ୍ମହତ୍ୟା କରିବା ପୂର୍ବରୁ ଉଇକିପିଡିଆ ପେଜରେ ୮ଟା ୫୯ମିନିଟରେ ତାଙ୍କର ଆତ୍ମହତ୍ୟା ସମୟ ଅପଡେଟ ହୋଇସାରିଥିବା କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି। ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ ଜାରି ରଖିଛି। ସମ୍ପ୍ରତି ସୁଶାନ୍ତ ସିଂହ ରାଜପୁତଙ୍କ ଉଇକିପିଡିଆ ପେଜକୁ ନେଇ ଏକ ପ୍ରଶ୍ନ ଉଠିଛି। ସୋସିଆଲ ମିଡିଆରେ ଏହାକୁ ନେଇ ଏଥିପାଇଁ ପ୍ରଶ୍ନ ଉଠୁଛି। ବୟାନ, ପଞ୍ଚନାମା ଓ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ ସୁଶାନ୍ତ ସିଂହ ପାଖାପାଖି ସାଢେ ୯.୩୦ ମିନିଟ୍ ସମୟରେ ରୁମ୍ରୁ ବାହାରକୁ ଯାଇଥିଲେ। ସେ ଜୁସ ପିଇବା ପରେ ପାଖାପାଖି ୧୦ଟା ବେଳେ ସେ ନିଜ ରୁମକୁ ଫେରି ଯାଇଥିଲେ। ଏହାପରେ ତାଙ୍କ ମୃତ୍ୟୁ ଖବର ପାଖାପାଖି ୧୨ଟାରେ ସାମ୍ନାକୁ ଆସିଥିଲା। ଏମିତିରେ ପ୍ରଶ୍ନ ଉଠୁଛି ଯେ କେମିତି ସୁଶାନ୍ତଙ୍କ ଆତ୍ମହତ୍ୟା ସମ୍ପର୍କରେ ଖବର ଉଇକିପିଡ଼ିଆରେ ପୂର୍ବରୁ ଅପଡେଟ ହୋଇଥିଲା ? ମୁମ୍ବାଇ ପୋଲିସ ସୂତ୍ର ଅନୁଯାୟୀ ତାଙ୍କୁ ସାଇବର ସେଲରୁ ସୂଚନା ମିଳିଛି ଯେ ଉଇକିପିଡିଆ ୟୁଟିସି ଟାଇମଲାଇନରେ ଚାଲିଥାଏ। ଯାହାକି ଭାରତୀୟ ସମୟଠାରୁ ପାଖାପାଖି ସାଢେ ୫ ଘଣ୍ଟା ପଛରେ ରହିଥାଏ। ଏହି କାରଣରୁ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଏହି ସମୟ ବ୍ୟବଧାନ ଦେଖିବାକୁ ମିଳୁଛି।