ସୁଶ୍ରୀ ଶୁଭଶ୍ରୀ ସାହିତ୍ୟ ସଂସଦର ୧୩ତମ ବାର୍ଷିୋତ୍ସବ ଅନୁଷ୍ଟିତ

ତିର୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତ ଶାଗବାରିଆ ସ୍ଥିତ ସୁ ଶ୍ରୀ ଶୁଭଶ୍ରୀ ସାହିତ୍ୟ ସାଂସଦ କାର୍ଯ୍ୟଳୟ ପରିସରେ ସଂସଦ ର ୧୩ ତମ ବାର୍ଷିକ ଉତ୍ସବ ଶନିବାର ସାରା ଦିବସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ସହ ଅନୁଷ୍ଠିତ ହୋଇଯାଇଛି ଏଥିରେ ସାହିତ୍ୟ କେବଳ ରଚନା ଅଭିମୁଖୀ ନାଁ ହୋଇ ପାଠକ ସୃଷ୍ଟି କରିବା ଉଚିତ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ ଏହି ଉତ୍ସବ ରେ କବିତା ପାଠ ଆଲୋଚନା ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ହେମନ୍ତ କୁମାର ନାୟକ ସଭାପତିତ୍ୱ କରିଥିଲେ ଗାଳ୍ପିକ ଦିପ୍ତୀରଂଜନ ଖଣ୍ଡୁଆଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ହୃଷିକେଶ ଜେନା ଧନ୍ୟବାଦ ଦେଇଥିଲେ ମୁଖ୍ୟ ଅତିଥି ଭାବରେ ବାବା ଦିବାକର ଦାସ ଯୋଗ ଦେଇଥିବା ବେଳେ ନବକାକଳି ରା ସମ୍ପାଦକ ସୁରେନ୍ଦ୍ର ନାଥ ଆଚର୍ଯ୍ୟା, ଗାଳ୍ପିକ ଦେବେନ୍ଦ୍ର ରାଉତ, ମହେନ୍ଦ୍ର କୁମାର ଆଚାର୍ଯ୍ୟ, ଅଧ୍ୟାପିକା ବିଷ୍ଣୁପ୍ରିୟା ଦାସ, କବି କୈଳାଶ ଚନ୍ଦ୍ର ପ୍ରଧାନ , ଶିକ୍ଷାବିତ୍ ମହେଶ୍ୱର ସ୍ୱାଇଁ, ସାହିତ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ |ଏହି ଅବସରେ ଆୟୋଜିତ କବିତା ପାଠ ଉତ୍ସବ ରେ ଶତାଧିକ କବି ସ୍ୱ ରଚିତ କବିତା ପାଠ କରିଥିଲେ ଦ୍ୱିତୀୟ ଅଧିବେଶନ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ବହୁ ପ୍ରତିଭା ଧର ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏଥିରେ ପଣ୍ଡିତ ନାଗୁ ଚରଣ ଦେବତା ସଭାପତିତ୍ୱ କରିଥିଲେ ମୁଖ୍ୟ ଅଥିତି ଭାବରେ ଡ଼ ସୁନନ୍ଦା ମିଶ୍ର ମୁଖ୍ୟ ବକ୍ତା ଭାବେ ଡ଼ ସୁଲାଚନା ଦାସ ପ୍ରଫେସର ଡ଼ ସୁରେଖା ସୁନ୍ଦରୀ ସ୍ୱାଇଁ, ଡ଼ ଅଭୟ କୁମାର ବାରିକ , ଡ଼ ତନ୍ମୟ ପଣ୍ଡା, ବରିଷ୍ଟ ଖବର ଦାତା ଭୈରବ ଚନ୍ଦ୍ରବ୍ରହ୍ମା, ବ୍ରହ୍ମା ନନ୍ଦ ବିଶ୍ଵାଳ, କବି ଅଭୟ ନାୟକ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ଅନୁଷ୍ଠାନ ର ମୁଖ୍ୟ ସମ୍ପାଦକ ଗୋଲକ ବିହାରୀ ପଲାଇ, ସ୍ୱାଗତ ଭାଷଣ କରିଥିବା ବେଳେ କାର୍ଯ୍ୟକାରୀ ସମ୍ପାଦକ ନଗେନ୍ଦ୍ର ନାଥ ସ୍ୱାଇଁ ଅଥିତି ପ୍ରଦାନ କରିଥିଲେ ସମ୍ପାଦିକା ବସନ୍ତ ମଞ୍ଜରୀ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ସଂସଦ ର ମୁଖ ପତ୍ର ସୁ ଶ୍ରୀ ଶୁଭଶ୍ରୀ ଅତିଥି ମାନଙ୍କ ଦ୍ୱାରା ଉନ୍ମଚିତ ହୋଇଥିଲା ଏହି ଅବସରେ କବୟିତ୍ରୀ ମୋନାଲି ନାୟକ ଙ୍କ କବିତା ପୁସ୍ତକ ଅନୁଭୂତି ରେ ତୁମେ ଉନ୍ମଚିତ ହୋଇଥିଲା|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ