ସୁଷମାଙ୍କ ଇଂରାଜୀ ଜ୍ଞାନ

ଇଂରାଜୀ ବ୍ୟାକରଣ ଜ୍ଞାନ ନଥିବା କାରଣରୁ ଜଣେ ପଞ୍ଜାବୀ ଯୁବକ ସୋଶାଲ ମିଡିଆରେ ହଟହଟା ହେବାପରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତାଙ୍କ ପାଇଁ ଓକିଲାତି କରିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଯୁବକ ମ୍ୟାଲେସିଆରେ ରୁହନ୍ତି ଏବଂ ତାଙ୍କର ଜଣେ ସାଙ୍ଗଙ୍କୁ ଭାରତ ଫେରାଇନେବାରେ ସହାୟତା ମାଗି ଏହି ଟ୍ୱିଟ୍‌ କରିଥିଲେ।
ତେବେ ତାଙ୍କ ଟ୍ୱିଟ୍‌ରେ ଅନେକ ଭୁଲଭଟକା ଲକ୍ଷ୍ୟ କରି ଅନ୍ୟ କିଛି ବ୍ୟବହାରକାରୀ ଏହାକୁ ନେଇ ଥଟ୍ଟା ତାମ୍‌ସା ଆରମ୍ଭ କରିଥିଲେ। ଏପରିକି ଜଣେ ଲେଖିଥିଲେ, “ଭାଇ ହିନ୍ଦୀ କିମ୍ବା ପଞ୍ଜାବୀରେ ଲେଖିଦେଇଥିଲେ ଭଲ ହୋଇଥାନ୍ତା ?”
ଏହି ଟ୍ୱିଟ୍‌ ସୁଷମାଙ୍କ ନଜରରେ ଆସିବା କ୍ଷଣି ସେ ଉତ୍ତର ରଖି କହିଲେ, ଏଥିରେ କିଛି ସମସ୍ୟା ନାହିଁ। ବୈଦେଶିକ ମନ୍ତ୍ରୀ ହେବା ପରେ ଯାଇ ମୁଁ ସମସ୍ତ ଆସେଣ୍ଟର ଇଂରାଜୀ ଶିଖିଲି ଏବଂ ବ୍ୟାକରଣ ଶିଖିଲି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ