ସୁଷମା ସ୍ୱରାଜଙ୍କ ବିୟୋଗରେ ଛତ୍ରପୁରରେ କ୍ୟାଣ୍ଡଲ ଶୋଭା୍ଯାତ୍ରା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଭାରତୀୟ ଜନତା ପାର୍ଟିର ବରିଷ୍ଠନେତ୍ରୀ ତଥା ପୂର୍ବତନ ବୈଦେଶୀକ କେନ୍ଦ୍ର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପରଲୋକ ଘଟିବା ପରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି । ଏନେଇ ଆଜି ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁ ଠାରେ ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ କୁମାର କର, ଆଇନଜିବୀ ପ୍ରଦୀପ କୁମାର ପାଢୀଙ୍କ ନେତୃତ୍ୱରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ସନ୍ଧ୍ୟା ୬ଟାରେ ସ୍ଥାନୀୟ ଚଣ୍ଡିଛକ ଠାରୁ ସହରପରିକ୍ରମା ଲୋଏର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥିଲା ।ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁଷମା ସ୍ୱାରାଜ ଫୋଟଚିତ୍ରରେ ନିକଟରେ ସମସ୍ତେ କ୍ୟାଣ୍ଡଲ ଧରି ଏକ ଶୋକଶୋଭା ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ସନ୍ତ ରାଉଳ, ଲକ୍ଷ୍ମୀନାରାୟଣ ପଣ୍ଡା, ଆଇନଜିବୀ ପଦ୍ମଚରଣ ସାହୁ, ସନ୍ତୋଷ କୁମାର ସାହୁ , ପୂର୍ବତନ କାଉନସିଲର କେ.ରାମା ରାଓ, ଲିଙ୍ଗରାଜ ନାୟକ, ଇ.ପ୍ରମୋଦ କୁମାର, ଅମରେଶ ମହାରଣା , ଡି.ସୁରେଶ ରେଡ୍ଡୀ, କେ.ରଘୁ ରେଡ୍ଡୀ, ରୁଇନା ପଟ୍ଟନାୟକ, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ସେଠୀ, ବିଜୟ ମୁଦୁଲି, ଜୁପିଟର ଅନୁଷ୍ଠାର ଡାଇରେକ୍ଟର ସୁଧୀର ସାହୁ, କ୍ରିଡାବିତ୍ ସିମା ଗୈାଡଙ୍କ ସମେତ ବହୁ ଯୁବକ, ଛାତ୍ର, ଆଇନଜିବୀ, ସମାଜସେବୀ ଓ ବିଭିନ୍ନ ରାଜନୈତିକ ଦଳ ନେତୃବୃନ୍ଦ ମାନେ ଉପସ୍ଥିତ ସ୍ୱର୍ଗତ ସୁଷମା ସ୍ୱାରାଜଙ୍କ ଅମରଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ