ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ହାର ବୃଦ୍ଧି
ନୂଆ ଦିଲ୍ଲୀ:ଦେଶରେ ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୫ ଗୁଣ ବୃଦ୍ଧି ପାଇଛି ।ଗତ କିଛି ଦିନ ଧରି ପ୍ରତ୍ୟେକ ଦିନ ୬୦ ହଜାରରୁ ଅଧିକ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୩,୧୭୩ ଜଣ ରୋଗୀ ସୁସ୍ଥ ହେବା ସହ ମୋଟ ଆରୋଗ୍ୟ ସଂଖ୍ୟା ୨୪,୭୬,୭୫୮କୁ ବୃଦ୍ଧି ପାଇଛି । ସେ ଦୃଷ୍ଟିରୁ ଦେଖିଲେ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ଅଧିକରୁ ଅଧିକ ହେବାରେ ଲାଗିଛି ।ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭,୦୭,୨୬୭ ଥିବା ବେଳେ ଏହାଠାରୁ ୧୭,୬୦,୪୮୯ ସଂଖ୍ୟକ ଅଧିକ ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହ ଦେଶରେ ଆଜି ଆରୋଗ୍ୟ ହାର ଶତକଡା ୭୬ (୭୬.୩୦%) ଅତିକ୍ରମ କରିଛି । ରେକର୍ଡ ସଂଖ୍ୟକ ସୁସ୍ଥ ମାମଲା ଯୋଗୁଁ ଦେଶରେ ପ୍ରକୃତ ସକ୍ରିୟ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି । ଏହା ମୋଟ ସଂକ୍ରମିତ ରୋଗୀଙ୍କ ତୁଳନାରେ ଶତକଡା ୨୧.୮୭ରେ ରହିଛି ।କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସମନ୍ଵିତ ପଦକ୍ଷେପ ତଥା ବ୍ୟାପକ ପରୀକ୍ଷଣ ଓ ହସ୍ପିଟାଲ ପରିଚାଳନା ଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ନିୟମିତ ଭାବରେ ହ୍ରାସ ପାଉଥିବା ଏହି ହାର ଆଜି ୧.୮୪ ପ୍ରତିଶତରେ ରହିଛି ।
କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍ କରନ୍ତୁ: https://www.mohfw.gov.in/ and @MoHFW_INDIA ।
କୋଭିଡ୍ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019@gov.in and @CovidIndiaSeva ।
କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।
ରାଜ୍ୟଗୁଡିକର ହେଲ୍ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।