ସୁସ୍ଥ ଗଣତନ୍ତ୍ର ଓ ନିରପେକ୍ଷ ନିର୍ବାଚନ

ବିଶ୍ୱରେ ଭାରତ ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚିତ। ଭାରତର ସୁସ୍ଥ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ ରଖିବା ପାଇଁ ଅବାଧ ଓ ମୁକ୍ତ ମତଦାନ ସହ ନିରପେକ୍ଷ ନିର୍ବାଚନ ଜରୁରୀ। ନତୁବା ରାଷ୍ଟ୍ର ଏକଛତ୍ରବାଦୀ ଶାସନ ଦିଗକୁ ଗତି କରିବ। ଯାହାଦ୍ୱାରା ଜନସାଧାରଣଙ୍କ ଗଣତାନ୍ତ୍ରିକ ଅଧିକାର ନଷ୍ଟ ହୋଇ ବାକ ସ୍ୱାଧୀନତା ଲୋପ ପାଇ ଦୟନୀୟ ଅବସ୍ଥା ଭୋଗିବାକୁ ପଡ଼ିବ। ବର୍ତ୍ତମାନ ଆମ ଭାରତରେ ନିରପେକ୍ଷ ନିର୍ବାଚନ ହୋଇ ନଥିବା ନେଇ ବିଭିନ୍ନ ରାଜନୈତିକ ଦଳ ଓ ଗଣମାଧ୍ୟମ ରେ ଅଭିଯୋଗ ହୋଇଛି। ଇଭିଏମ ଦ୍ୱରା ମତଦାନ ଯୋଗୁଁ ଯେଉଁ ସଂଖ୍ୟାର ମତଦାନ ହୋଇଥିଲା ଭୋଟ ଗଣତି ବେଳେ ସେହି ସଂଖ୍ୟା ଠାରୁ ଅଧିକ ସଂଖ୍ୟକ ଭୋଟ ବାହାରିଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ୬ ଘଣ୍ଟାରୁ ୧୧ ଘଣ୍ଟା ମଧ୍ୟରେ ମୋଟ ଭୋଟର ପ୍ରାୟ ୪୦ ପ୍ରତିଶତ ମତଦାନ ହୋଇଥିବା ଅଭିଯୋଗ ହୋଇଛି। ରାଷ୍ଟ୍ରର ମୁଖ୍ୟ ବିରୋଧୀ ଦଳ ଏହା ବିରୋଧରେ ସମଗ୍ର ରାଷ୍ଟ୍ରରେ ଜନ ଆନ୍ଦୋଳନ ସୃଷ୍ଟି କରିଥିଲେ ମଧ୍ୟ ତାହାର ପ୍ରତିକ୍ରିୟା ନିର୍ବାଚନ କମିଶନ ସନ୍ତୋଷ ଜନକ ଭାବେ ପ୍ରଦାନ କରିପାରିନାହାଁନ୍ତି। ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳର ନେତାଙ୍କ ଭୋଟ ଚୋରୀ ଅଭିଯୋଗ ଠିକ ନଥିବା ପ୍ରକାଶ କରିବା ସହ ତାହା ସାତ ଦିନ ମଧ୍ୟରେ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିରୋଧୀ ଦଳ ନେତା ତାହା ପାଳନ ନକରି ବିହାରରେ ଯେଉଁ ଭୋଟରଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ଭୋଟର ତାଲିକାରୁ ନିର୍ବାଚନ କମିଶନ ବାଦ ଦେଇଥିଲେ ସେମାନଙ୍କ ସହ ମିଶି ସେ ଚାହା ପାନ କରିଥିଲେ। ସେଥିପାଇଁ ବିରୋଧୀ ଦଳ ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବୋଧହୁଏ ନିର୍ବାଚନ କମିଶନଙ୍କ ସାହାସ ହେଲାନାହିଁ।
ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ। ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମାନ୍ୟବର ଅଦାଲତ ଓ ପୋଲିସ ନିଜ ପକ୍ଷରୁ କେଶ ଆରମ୍ଭ କରିଥିବା ନଜର ରହିଛି। ମାତ୍ର ଗତ ସାଧାରଣ ନିର୍ବାଚନରେ ଯେତିକି ସଂଖ୍ୟକ ମତଦାନ ଦେଇଥିଲେ ଗଣତି ବେଳେ ତାହାଠାରୁ ଅଧିକ ଭୋଟ ବାହାରିଥିବା ଅଭିଯୋଗକୁ ଗଣମାଧ୍ୟମ ପ୍ରକାଶ କରିଥିଲେ ମଧ୍ୟ ନିର୍ବାଚନ କମିଶନ ନିଜ ପକ୍ଷରୁ ସତ୍ୟାସତ୍ୟ ପ୍ରକାଶ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି। ବରଂ ପ୍ରକାଶ କରିଛନ୍ତି ଯେ ଏହି ବିଷୟରେ କୌଣସି ସତ୍ୟପାଠ ଆସିନାହିଁ। ଓଡ଼ିଶାରେ ବିରୋଧୀ ଦଳ ପକ୍ଷରୁ ଭୋଟ ଜାଲିଆତି ହୋଇଥିବା ନେଇ ଲିଖିତ ଅଭିଯୋଗ ନିର୍ବାଚନ କମିଶନ ନିକଟରେ ଦାଖଲ କରିବା ସହ ପୁନର୍ବାର ଯାଇ ଦାବି କରିଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ୍ୟ। ଅଭିଯୋଗ ପରେ ନିର୍ବାଚନ କମିଶନ ଏହି ଅଭିଯୋଗ ବିଷୟରେ ତଦନ୍ତ କରି ନିଜର ନିରପେକ୍ଷତାର ପ୍ରମାଣ ଦେବା ଉଚିତ ଅଟେ। ଯଦି ଏହା ତାଙ୍କ କ୍ଷମତାର ଅନ୍ତର୍ଭୁକ୍ତ ନଥିବ ତେବେ ମାନ୍ୟବର ଅଦାଲତଙ୍କ ଅନୁମତି ଆଣି କେତେ ସଂଖ୍ୟକ ଭୋଟ ହୋଇଥିଲା ଓ ଗଣତିରେ ଅଧିକ ସଂଖ୍ୟକ ଭୋଟ ହୋଇଛି ନା ନାହିଁ ସେହି ବିଷୟ ସର୍ବସାଧାରଣରେ ପ୍ରକାଶ କରି ନିଜର ନିରପେକ୍ଷତା ପ୍ରମାଣ କରିବା ବୋଧହୁଏ ଠିକ ହୋଇଥାନ୍ତ। ନିକଟ ଭବିଷ୍ୟତରେ ମାନ୍ୟବର କୋର୍ଟଙ୍କ ସମ୍ମୁଖରେ ଇଭିଏମ ର ପୁନଃ ଭୋଟ ଗଣତି ପରେ ପାରାଜିତ ପ୍ରାର୍ଥୀ ଜୟଯୁକ୍ତ ହୋଇଥିଲେ। ଏହା ନିର୍ବାଚନ କମିଶନଙ୍କ ଦୁର୍ବଳତାକୁ ପ୍ରମାଣ କରିଛି। ନିର୍ବାଚନ କମିଶନ ଏକ ନିରପେକ୍ଷ ସଂସ୍ଥା ହିସାବରେ ନିରପେକ୍ଷ ନିର୍ବାଚନ କରାଇ ଭାରତର ଗଣତାନ୍ତ୍ରିକ ପଦ୍ଧତିକୁ ସୁଦୃଢ କରିବା ପାଇଁ ସମ୍ବିଧାନ କ୍ଷମତା ଦେଇଥିବା ବେଳେ ନିର୍ବାଚନ କମିଶନ ତାହାର ସଦୁପଯୋଗ ଗ୍ରହଣ କରି ଗଣତନ୍ତ୍ରର ସତର୍କ ପ୍ରହରୀ ହେବା ନିଶ୍ଚିତ କରିବା ଉଚିତ।
ଇଭିଏମ ମେସିନ ଦ୍ୱାରା ଜାଲିଆତି କାରାଯାଇ ପାରିବ ବୋଲି ବିଶ୍ୱର ବହୁ ବିଶେଷଜ୍ଞ ମତ ପ୍ରଦାନ କରିବା ସହ ଆମ ଦେଶର ବିରୋଧୀ ଦଳ ଦାବି କରିଥିଲେ ମଧ୍ୟ, ଯେହେତୁ ସର୍ବୋଚ୍ଚ ନ୍ୟାୟାଳୟ ଇଭିଏମ ବ୍ୟବହାରକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇନଥିବା ଯୋଗୁଁ ନିକଟରେ ହେବାକୁ ଥିବା ବିହାର ରାଜ୍ୟର ବିଧାନସଭା ନିର୍ବାଚନ ଓ ଓଡ଼ିଶାର ନୂଆପଡା ବିଧାନସଭା ନିର୍ବାଚନରେ ଇଭିଏମ ମେସିନ ବ୍ୟବହାର କରାଯାଇ ମତଦାନ ଗ୍ରହଣ କରାଯିବ। ଯଦି ପ୍ରକୃତରେ ଇଭିଏମ ମେସିନରେ ଜାଲିଆତି ହୋଇପାରୁଥିବ ତେବେ ବିଶେଷ କରି ବିରୋଧୀ ରାଜନୈତିକ ଦଳମାନେ ବହୁତ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ। ପ୍ରତ୍ୟେକ ବୁଥରେ ଦକ୍ଷ
ଏଜେଣ୍ଟ ଦେବାକୁ ପଡିବ। ନିର୍ବାଚନ ଶେଷରେ ପ୍ରତ୍ୟେକ ଏଜେଣ୍ଟ ନିଶ୍ଚିତ ନିୟମ ପ୍ରକାରେ କେତେ ଭୋଟ ପ୍ରଦାନ ହୋଇଛି ପୋଲିଙ୍ଗ ଅଫିସରଙ୍କ ଲିଷ୍ଟ ଲେଖି ପ୍ରିଜାଇଡିଂ ଅଫିସରଙ୍କ ଠାରୁ ଲିଖିତ ଭାବେ ଆଣିବେ। ଏହା ପ୍ରତି ବ୍ଳକର ପ୍ରାର୍ଥୀଙ୍କ ପ୍ରତିନିଟଧି ବା ବ୍ଲକ ସଭାପତିଙ୍କ ନିକଟରେ ନିରାପଦରେ ଗଛିତ ରହି ବ୍ଳକର ମୋଟ ଭୋଟ ସଂଖ୍ୟା ପ୍ରସ୍ତୁତ କରିବାକୁ ପଡିବ। ସେହିପରି ପ୍ରତି ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରୁ ବ୍ଳକର ମୋଟ କେତେ ଭୋଟ ହୋଇଛି ଲିଖିତ ଭାବେ ଆଣିବାକୁ ପଡିବ। ଏହାସହ ସମୂହ ବୁଥ ପ୍ରିଜାଇଡିଂ ଅଫିସରଙ୍କ ମୋଟ ଭୋଟ, ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ଲକ ନିର୍ବାଚନ ଅଧିକାରୀ ବୃନ୍ଦଙ୍କ ମୋଟ ଭୋଟ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ମୋଟ ଭୋଟ ତାଲିକାକୁ ଯାଞ୍ଚ କରି ମେଳ ହେଉଛି କି ନାହିଁ ଦେଖିବାକୁ ପଡିବ। ଭୋଟ ଗଣତି ଫଳାଫଳ ସହ ଭୋଟ ଦେଇଥିବା ସଂଖ୍ୟା ଯଦି ସମାନ ରହେନାହିଁ ତେବେ ନିର୍ବାଚନ ଫଳାଫଳ ବିରୋଧରେ ଅବିଯୋଗ କରିପାରିବେ। ଏହାଦ୍ୱାରା ହୁଏତ ସନ୍ଧ୍ୟା ୬ଟା ଠାରୁ ରାତ୍ର ୧୧ଟା ସମୟ ଭିତରେ ଯେଉଁ ଅଧିକ ଭୋଟ ହେଉଥିବା ଅଭିଯୋଗ ଠିକ କି ଭୁଲ ଜଣା ପଡିବ ବୋଲି ଆଶା କରାଯାଉଛି।

ଅନିଲ କୁମାର ମହାରଣା,
୯୪୩୯୩୨୨୮୧୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ