ସୁସ୍ଥ ଛତ୍ରପୁର ସବୁଜ ଛତ୍ରପୁର ଉପରେ ପ୍ରସ୍ତୁତି ବୈଠକ
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାକୁ ସୁସ୍ଥ ଓ ସବୁଜ ଜିଲ୍ଲାରେ ପରିଣତ କରିବା ନିମନ୍ତେ ବହୁ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ଏହା ସହ ଲୋକମାନଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସଚେତନ କରୁଛନ୍ତି । ଏହାକୁ ସମର୍ଥନ ଜଣାଇ ଆଜି ଛତ୍ରପୁର ଜନସାଧାରଣ ପକ୍ଷରୁ ସ୍ୱଚ୍ଛ ଛତ୍ରପୁର ଓ ସବୁଜ ଛତ୍ରପୁରର ବାର୍ତା ଦେଇ କେତେ କାର୍ୟ୍ୟକ୍ରମ ହାତକୁ ନେଇଛନ୍ତି । ପ୍ଲାଷ୍ଟିକକୁ ନା, ବାହାରେ ମଳତ୍ୟାଗକୁ ନା ଓ ପିଲାଟିଏ ଗଛଟିଏ କାର୍ୟ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉକ୍ରଳ ଏକାଡ଼େମୀ ମହାବିଦ୍ୟାଳୟ ପରିସରରେ ପୂର୍ବତନ ସରପଂଚ ପଦିଆ ଦାସଙ୍କ ପୌରୋହିତ୍ୟରେ ଏହି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ନିମନ୍ତେ ଆଗାମୀ ସେପ୍ଟମ୍ବର ୧୫ତାରିଖରେ ଛତ୍ରପୁର ଜନସାଧାରଣ ପକ୍ଷରୁ ସ୍ଥାନୀୟ ଷ୍ଟାଡ଼ିୟମ ପରିସରରେ ସଫେଇ କାର୍ୟ୍ୟକ୍ରମ ସହିତ ଚାରାରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ । ସନ୍ଧ୍ୟାରେ ପ୍ଲାଷ୍ଟିକକୁ ନା, ବାହାରେ ମଳତ୍ୟାଗକୁ ନା ଏବଂ ପିଲାଟିଏ ଗଛଟିଏ କାର୍ୟ୍ୟକ୍ରମ ଉପରେ ସଚେତନର ବାର୍ତା ଦିଆଯିବ । ଆଜିର ବୈଠକରେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର ବେହେରା, ପିଏନୟୁ କଲେଜର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାସ, ପୋଡ଼ାପଦର ସରପଞ୍ଚ ପିତାମ୍ବର ପଣ୍ଡା, ଗଞ୍ଜାମ ଜ଼ିଲ୍ଲା ସାମ୍ବାଦିକ ସଙ୍ଘ ର କୋଷାଧ୍ୟକ୍ଷ ତଥା ସ୍ୱାଭିମାନ ସ୍ଵେଛା ସେବୀ ସଂଗଠନ ର ସଭାପତି ପ୍ରଶାନ୍ତ କୁମାର ମହାରଣା , ସମାଜସେବୀ ନରହରି ସ୍ୱାଇଁ, ରାଜେନ୍ଦ୍ର ସାହୁ, କାଳୁ ଚରଣ ତ୍ରିପାଠୀ, ମନ୍ମଥ ପାଢ଼ୀ, ସାମ୍ବାଦିକ ସନ୍ତୋଷ କୁମାର ପାଢ଼ୀ, କୃପା ସିନ୍ଧୁ ପଣ୍ଡା, କ୍ଷୀରୋଦ ଚନ୍ଦ୍ର ସାହୁ, ରବୀନ୍ଦ୍ର ନାଥ ପଣ୍ଡା, ସନ୍ତୋଷ ସାହୁ, ସରୋଜ କୁମାର ସାମଲ ଙ୍କ ସମେତ ଛତ୍ରପୁରର ବହୁ ଜନସାଧାରଣ ଏବଂ ବୃଦ୍ଧି ଜୀବି ମାନେ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ ।