ସୁସ୍ଥ ଜୀବନରେ ବଞ୍ଚିରହିବାର ଏକ ମାତ୍ର ଉପାୟ ଯୋଗ

ବ୍ରହ୍ମପୁର, (ଅନିଲ କୁମାର): ବର୍ତ୍ତମାନ ବିଶ୍ୱରେ ଯେପରି ଦ୍ରୁତ ଗତିରେ ବିଭିନ୍ନ ପ୍ରକାର ରୋଗ ବ୍ୟପୁଛି ଓ ସ୍ୱସ୍ଥ୍ୟ ହାନି ଘଟୁଛି, ସେଥିରୁ ମୁକ୍ତି ପାଇବାକୁ ହେଲେ ଯୋଗ ମାତ୍ର ଏକ ସରଳ ଉପାୟ l ଅତୀତରେ ଯୋଗ ଦ୍ୱାରା ମୁନି ଋଷି ମାନେ ଶହ ଶହ ବର୍ଷ ସୁସ୍ଥ ଜୀବନ ଯାପନ କରିପାରୁଥିଲେ l ବର୍ତ୍ତମାନ ଆମେ ଏଥିରୁ ଦୁରରେ ରହି ଟିକେ ଟିକେ କଥାରେ ମେଡିସନ ଉପରେ ନିର୍ଭର କରି ସ୍ଵାସ୍ତ୍ୟ ର ଆହୁରି ଅବନତି କରୁଛନ୍ତି l ବର୍ତ୍ତମାନ ମଧ୍ୟ ବହୁ କ୍ଷେତ୍ର ରେ ଆଧୁନିକ ଚିକିତ୍ସା ଫେଲ ହୁଏ, ସେଠି ଯୋଗଉପାୟ କାମ କରେ l
ମାନ୍ୟବର ପ୍ରଧାନ ମନ୍ତ୍ରି ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଉଦ୍ୟମ ରେ ସାରା ବିଶ୍ୱ ଯୋଗ ପ୍ରତି ଗୁରୁତ୍ୱ ଦେବା ଆରମ୍ଭ କରିଛି l ଭାରତ ରେ ଏହାର ବ୍ୟାପକ ପ୍ରଚାର ପ୍ରସାର ଓ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଭାରତ ସରକାର ଙ୍କ ଆୟୁଷ ମନ୍ତ୍ରଣlଳୟ ପକ୍ଷରୁ ମୋରାଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ପକ୍ଷରୁ ଶହେ ଦିନ ଶହେ ସହର ରେ ଯୋଗ କାଉଁଣ୍ଟ ଡାଉନ ପ୍ରୋଗ୍ରାମ ଆୟୋଜନ କରା ଯାଉଅଛି l
ଏହି ପରି ପେକ୍ଷି ରେ ଗଞ୍ଜାମ ଜିଲ୍ଲା ରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ମହାନ ସଙ୍ଘ ପକ୍ଷରୁ ରାଲବ ସ୍ଥିତ ସଂକଳ୍ପ ସେକେଣ୍ଡରୀ ସ୍କୁଲ ଠାରେ ଛ ଶହରୁ ଉର୍ଦ୍ଧ ଛାତ୍ର – ଛାତ୍ରୀ, ଶିକ୍ଷକ – ଶିକ୍ଷୟତ୍ରୀ, ସ୍ଵେଛାସେବି ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ନେଇ ଯୋଗ ଉତ୍ସବ କୁ ଜାତୀୟ ସ୍ତରୀୟ ସୁ ସଂଗଠକ ତଥା ସଙ୍ଘ ର ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବାଧନ ରେ ଅନୁଷ୍ଠିତ ହୋଇଯାଇଛି l ମଣିଷ ଯୋଗ ମାଧ୍ୟମରେ ସୁସ୍ଥ ରହିବା ସହ, ମାନସିକ ଶାନ୍ତି ପାଇବା ସହ ସ୍ମରଣ ଶକ୍ତି ବୃଦ୍ଧି କରିପାରି ନିଜର ଭବିଷ୍ୟତ ଉଜ୍ବଳ କରିପାରେ l ଏଣୁ ଶିକ୍ଷାନୁଷ୍ଠାନ ରେ ନିୟମିତ ଯୋଗଭ୍ୟାସ କରାଯିବା ସହ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ରେ ମଧ୍ୟ କର୍ମଚାରୀ ଙ୍କ ନିମନ୍ତେ ଯୋଗଭ୍ୟାସ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ସମାଜସେବୀ ଶ୍ରୀ ସାବତ ମତବ୍ୟକ୍ତ କରିଥିବା ସହ ମହାନ ସଙ୍ଘ ପକ୍ଷରୁ ଚଳିତ ବର୍ଷ ଯୋଗ ଉପରେ ବ୍ୟାପକ ପ୍ରଚାର ପ୍ରସାର କରାଯିବ ବୋଲି ସୂଚନା ଦେଇଥିଲେ l ଓଡିଶା ସରକାରଙ୍କ ହାଏର ସେକେଣ୍ଡରୀ ଉପ ସଚିବ ଡ଼ କୁଳମଣି ଓଝା, ଗଞ୍ଜାମ ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ୱରୀ ଦୋରା, ସଂକଳ୍ପ ବିଦ୍ୟାଳୟ ର ଅଧକ୍ଷ ଶ୍ରୀ ଇ. ତେଯେଶ୍ୱର ରାଓ, ଶ୍ରୀ ସାର୍ଥକ ରାଓ ପ୍ରମୁଖ ଅତିଥିଭାବେ ଯୋଗଦେଇ ଯୋଗର ଉପକାରିତା ଉପରେ ଆଲୋକପାତ କରିଥିବା ସହ କାର୍ଯ୍ୟକ୍ରମ ର ଉଚ୍ଚ ପ୍ରଶଂସା କରିଥିଲେ l
ପୁରୀ ରାଧାକାନ୍ତ ମଠ ମହନ୍ତ ତଥା ବିଶିଷ୍ଟ ଯୋଗଗୁରୁ ସ୍ୱାମୀ କୃଷ୍ଣ ଗୋପାଳ ଦାଶ ବିଶିଷ୍ଟ ଅତିଥିଭାବେ ଯୋଗଦେଇ ଯୋଗ ର ଉପକାରିତା ଓ ବର୍ତ୍ତମାନ ଯୁଗରେ ଯୋଗ ର ଉପକାରିତା ଉପରେ ଆଲୋକପାତ କରିବା ସହ ଯୋଗ ପ୍ରଶିକ୍ଷଣ ଦେଇଥିଲେ l ବିବେକାନନ୍ଦ ପ୍ରତିଷ୍ଠାନ ର ନୀଳକେଶ ବୋରଗୋହି,ଯୋଗ ଆଚର୍ଯ୍ୟ ଟି ଅନିଲ କୁମାର, ଯୋଗ ଆଚାର୍ଯ୍ୟ ଶଗୋପାଳ କ୍ରିଷ୍ଣା ସାହୁ, ଯୋଗ ଆଚଯ୍ୟ ଟି ରାଧାରାଣୀ ପାତ୍ର ପ୍ରଶିକ୍ଷଣ ରେ ସହଯୋଗ କରିଥିଲେ l ପୂର୍ବରୁ ଯୋଗ ଉପରେ ଅନୁଷ୍ଠିତ ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିବା ବେଳେ ଅତିଥି ଓ ଯୋଗ ଆଚାର୍ଯ୍ୟ ମାନଙ୍କୁ ସଭାପତି ଶ୍ରୀ ସାବତ ଅଙ୍ଗ ବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ l
ବିଦ୍ୟାଳୟ ଭାଇସ ପ୍ରିନସିପାଲ ଶ୍ରୀ ସତ୍ୟନାରୟଣ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଟ ଶିକ୍ଷୟତ୍ରୀ ପ୍ରିୟଙ୍କା ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ l ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର, ଶ୍ରୀ ତପନ ପଣ୍ଡା, ମନରଞ୍ଜନ ପାଢ଼ୀ, ଅଖିଳେଶ ଦାଶ, ଶ୍ରୀମତୀ ଲିପିକା ଜେନା, ୱାଇ ବୋନଜି ରାଓ, ଗଗନ କୁମାର ପାତ୍ର, ଘନଶ୍ୟାମ ସେଠି, କେ ପ୍ରଭା, ପି ଲଷ୍ମୀ, ହରିକୃଷ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରୁ ସାତ ଶହ ରୁ ଉର୍ଦ୍ଧ ପ୍ରତିନିଧି ଅଂଶଗ୍ରହଣ କରି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ