ସୁସ୍ଥ ଭାରତ ଗଠନରେ ହିନ୍ଦୁରାଷ୍ଟ୍ର ଓ ଗଣତନ୍ତ୍ରର ପ୍ରାସଙ୍ଗିକତା ରହିଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ର ଊନବିଂଶ ସ୍ୱନକ୍ଷତ୍ର ଉତ୍ସବ ଓ ସାମ୍ପ୍ରତିକ ଭାରତର ପରିସ୍ଥିତି ଓ ହିନ୍ଦୁରାଷ୍ଟ୍ର ସହିତ ଗଣତନ୍ତ୍ରର ଭୂମିକା ଶୀର୍ଷକ ଆଲୋଚନାଚକ୍ର ସ୍ଥାନୀୟ ଲୋହିଆ ଏକାଡ଼େମୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ତଥା ସମାଜସେବୀ ଶଶଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଭାଜପା ନେତା ତଥା ମୁଖପାତ୍ର ସଜ୍ଜନ ଶର୍ମା, ମୁଖ୍ୟ ବକ୍ତା ବୈଦିକ ବିଶ୍ୱବିଦ୍ୟାଳୟ ତାମିଲନାଡୁର କୁଳପତି ଡଃ ହରିହର କାନନୁଗୋ, ସମ୍ମାନିତ ଅତିଥି ଭାବେ ବରିଷ୍ଠା ସାହିତ୍ୟିକା ଇନ୍ଦିରା ମିଶ୍ର, ଭାରତ ହିନ୍ଦୁ ସଂଗଠନର ରାଜ୍ୟ ମୁଖ୍ୟ ଦୀନବନ୍ଧୁ ଷଡ଼ଙ୍ଗୀ, ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ସାହୁ, ସାମ୍ବାଦିକା ରୀନା ମହାନ୍ତି ପ୍ରମୁଖ ଯୋଗଦେଇ ବର୍ତ୍ତମାନ ସମୟରେ ସମଗ୍ର ହିନ୍ଦୁମାନେ ସଚେତନ ହେବା ସହିତ ଏକ ମନ ଓ ଏକ ପ୍ରାଣ ହୋଇ ରାଷ୍ଟ୍ରର ପ୍ରଗତି ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବା ଆବଶ୍ୟକ ଓ ନିଜର ଦକ୍ଷତା, ଯୋଗ୍ୟତା ଚିହ୍ନି ସେହିପରି ଆଚରଣ ଏବଂ ଉଚ୍ଚାରଣ କଲେ ଭାରତର ସାର୍ବଭୌମତ୍ୱ ଅଖଣ୍ଡିତ ରହିବା ସହିତ ଏକ ପୂର୍ଣ୍ଣ ହିନ୍ଦୁରାଷ୍ଟ୍ରର ପରିକଳ୍ପନା ସମ୍ଭବ ହୋଇପାରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅରଭାନୀ ସମୟର ସ୍ୱତନ୍ତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।ସାହିତ୍ୟିକା ମଞ୍ଜୁଳା ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ ପୂର୍ବକ ଓ ଅରଭାନୀ ସମୟର ସମ୍ପାଦକ ରମେଶ କୁମାର ମହାପାତ୍ର ମତବ୍ୟକ୍ତ କରି କହିଥିଲେ ଯେ, ହିନ୍ଦୁ ରାଷ୍ଟ୍ର ଗଠନ ପ୍ରସଙ୍ଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହ କାହା ଚାପର ବଶବର୍ତ୍ତୀ ନହୋଇ ରାଷ୍ଟ୍ରର ପ୍ରଗତି ସହିତ ଜଡ଼ିତ ସମ୍ପର୍କକୁ ପ୍ରାଧାନ୍ୟ ଦେବା ଆବଶ୍ୟକ । ଏହି ଅବସରରେ ସାରସ୍ୱତ ପ୍ରତିଭାଧାରୀ ତଥା ସମାଜସେବୀ ପ୍ରଦୀପ କୁମାର ଦେହୁରୀ, ସମାଜସେବୀକା ରାଜଲକ୍ଷ୍ମୀ କର ଓ ସ୍ୱସ୍ତିକ ମହାପାତ୍ରଙ୍କୁ ଅତିଥିମାନେ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ କବି, ସାହିତ୍ୟିକା ଓ କୃତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନାରାୟଣ ଖୁଣ୍ଟିଆ, ମଦନ ମୋହନ ପାଢୀ, ଚକ୍ରଧର ଶଥପଥୀ, ସ୍ମୃତି ନିରଞ୍ଜନ ବେହେରା, ତନୁଶ୍ରୀ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ