‘ସୁସ୍ଥ ରହିବା ପାଇଁ ସାଇକଲ ଚଳାଇବା ଜରୁରୀ’

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଅତ୍ୟାଧୁନିକ ଚଳଣି ପାଇଁ ଆଜି ସମାଜରେ ଅନେକ ରୋଗ ମାଡ଼ିଆସୁଛି । ସେଥି ପାଇଁ ଅନେକ ଜୀବନ ଅକାଳରେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ବ୍ୟସ୍ତ ବହୁଳ ଜୀବନରେ ଟିକେ ସମୟ ମିଳୁନି ଯୋଗ କରିବା ପାଇଁ । ଏଥି ପାଇଁ ଆମ ପୂର୍ବଜଙ୍କ ଶୂନଗାଡ଼ି ଯୁବ ଗର୍ବଙ୍କ ନିକଟରୁ ଦୂରେଇ ଯାଇଛି । ଦିନକୁ ଦିନ ତୈଳଦର ବୃଦ୍ଧି ଆର୍ଥକ ସମସ୍ୟାକୁ ଦ୍ୱିଗୁଣିତ କରୁଛି । ଅଳ୍ପ ବାଟକୁ ବି ଆମେ ବାଇକ୍ ଓ କାର ନଚଳାଇ ଯାଇପାରୁ ନାହୁଁ । ଯାହାକି ସମାଜ ପାଇଁ ଶୁଭଙ୍କର ନୁହେଁ । ତେଣୁ ଆମ ସମସ୍ତଙ୍କୁ ସୁସ୍ଥ ରହିବା ପାଇଁ ସାଇକଲ ଚଳାଇବା ଜରୁରୀ ହୋଇପଡ଼ିଛି ବୋଲି ‘ସୁସ୍ଥ ରହିବା ସାଇକଲ ଚଳାଇବା’ ଅଭିଯାନରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଅଭିନବ ଢ଼ଙ୍ଗରେ କଟଂପଡ଼ା ପେଟ୍ରୋଲ ପମ୍ପ ଠାରୁ ଏକ ସାଇକେଲ ଶୋଭାଯାତ୍ରରେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ଓ ରାଜକନିକା ଥାନାର ଆଇଆଇସି ଉମାକାନ୍ତ ନାୟକଙ୍କ ସହିତ ବିଭିନ୍ନ ବର୍ଗର ଯୁବକମାନେ ସାମିଲ ହୋଇ ଷ୍ଟ୍ରକଚର ଛକ, ଚନ୍ଦନପୋଖରୀ ଛକ, ଅଶୋକ ବଜାର, ବ୍ଲକ୍ ତହସିଲ ଏବଂ ଥାନା ରାସ୍ତା ଦେଇ ପୁଣି କଂଟପଡ଼ା ଠାରେ ପହଂଚି ସାଇକଲ ଯାତ୍ରାକୁ ଶେଷ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଳିର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପଂଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ, ବ୍ଲକ୍ ସହକାରୀ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ଶିକ୍ଷାବିତ୍ ବିକ୍ରମ ପରିଡ଼ା, ବ୍ଲକ୍ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା, ସାମାଜିକ କର୍ମୀ ସଞ୍ଜୟ ଦାସ, ଦେବଜ୍ୟୋତି ଜେନା, ଚିନ୍ନୟ ରଞ୍ଜନ ଦାସ, ଜିଲ୍ଲାପରିଷଦ ପ୍ରତିନିଧି ହରିଶ୍ ମହାପାତ୍ର, ବରିଷ୍ଠ ନାଗରିକ ମଂଚ ସଭାପତି ଗୁଣନିଧି ବଳ, ଅଭିନେତା ସୌମ୍ୟକାନ୍ତ ନାୟକ, ଜାଗୁଳାଇପଡ଼ା ସରପଂଚ ପ୍ରତିନିଧି ବସନ୍ତ ନାୟକ, ଶରତ ମଲ୍ଲିକ, କପିଳ ରାଉତ, ବିଜେପି ନେତା ବେଣୁଧର ପରିଡ଼ା, ପ୍ରାକ୍ତନ ସମିତି ସଭ୍ୟ ଭରତ ମହାପାତ୍ର, ଭବାନୀଶଙ୍କର ରାୟ, ଯୁବନେତା କୁମର ନାୟକ, ଶିକ୍ଷକ ନିଗମ ଦାସ ଏବଂ ବିଜେଡ଼ି ଯୁବନେତା ନିରଞ୍ଜନ ନାୟକ(ଟୁକୁ)ପ୍ରମୁଖ ଯୋଦେଇଥିଲେ । ଲକ୍ଷ୍ମୀନାରାୟଣ ସାଇକଲ ପକ୍ଷରୁ ସାଇକଲ ଚଳାଇବା ପାଇଁ ଯୁବକ ମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ଅଳ୍ପ ଦରରେ ଦେଶ ବିଦେଶର ବହୁନାମୀ ଦାମୀ କମ୍ପାନୀର ସାଇକଲ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନକୁ ସାଇକଲରେ ଶୋଭାଯାତ୍ରା କରି ସୁସ୍ଥ ରହିବା ପାଇଁ ବାର୍ତ୍ତା ଦିଆଯିବା ପାଇଁ ‘ସୁସ୍ଥ ରହିବା ସାଇକଲ ଚଳାଇବା’ ପାଇଁ ଏକ ଅଭିଯାନ୍ ଆରମ୍ଭ କରାଯାଇଥିବା ଲକ୍ଷ୍ମୀନାରାୟଣ ସାଇକଲର ମୁଖ୍ୟ ପରିଚାଳକ ଖଗେଶ୍ୱର ଓଝା କହିଛନ୍ତି । ଏହି କାର୍ଯ୍ୟକ୍ରମକୁ ଅନୁପ୍ ବିଶ୍ୱାଳ, ସୌରଭ ଓଝା, ଟୁଟୁ ରଥ, ଅøଶର୍ଯ୍ୟ ଓଝା, ପୂଣ୍ୟସଙ୍ଗୀତ ଧଳ, ଉତ୍କଳ କେଶରୀ ସୂତାର ଏବଂ ଅମୀୟ ରଞ୍ଜନ ରାୟ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ