ସୁସ୍ଥ ହେଲେ ଆଉ ୭୯ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୫୯୩କୁ ବୃଦ୍ଧି ପାଇଛି । ଆଜି ମଧ୍ୟ ନୂଆ ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ଖୁସିର କଥା ଆଜି ୭୯ ଜଣ ସୁସ୍ଥ ହୋଇଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୮୧୨ରେ ପହଁଚିପାରିଛି । ସୂଚନା ଅନୁଯାୟୀ, ଗଞ୍ଜାମରେ ୧୧, ଯାଜପୁରରେ ୫, ବାଲେଶ୍ୱରରେ ୧୭, କଟକରରେ ୪, ଭଦ୍ରକରେ ୨୮, କେନ୍ଦୁଝରରେ ୩, ଖୋର୍ଦ୍ଧାରେ ୨, ବଲାଙ୍ଗୀରରେ ୨ ଓ ପୁରୀରେ ୭ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ସକାଳେ ସରକାରଙ୍କ ପକ୍ଷରୁ ସୂଚନା ଅନୁଯାୟୀ, ରାଜ୍ୟରେ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୦, ବାଲେଶ୍ୱରରେ ୨, ଖୋର୍ଦ୍ଧାରେ ୧୩, କଟକରେ ୧୧, ବଲାଙ୍ଗୀରରେ ୧୬, ନୟାଗଡ଼ରେ ୨, ଜଗତସିଂହପୁରରେ ୬, ସୁନ୍ଦରଗଡ଼ରେ ୨, ମୟୂରଭଞ୍ଜରେ ୧ ଓ ନୂଆପଡ଼ାରେ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।