ସୁସ୍ଥ ହେଲେ ୧୭ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ବର : ରାଜ୍ୟରେ ସୁସ୍ଥ ହୋଇଛନ୍ତି ୧୭ କରୋନା ଆକ୍ରାନ୍ତ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏକା ସାଙ୍ଗରେ ଏତେ ରୋଗୀ ସୁସ୍ଥ ହେବା ଉତ୍ସାହଜନକ ରହିଛି । ସୋମବାର ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୭ ଜଣ ବ୍ୟକ୍ତି ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଭଦ୍ରକରୁ ତିନି ଜଣ ଏବଂ ବାଲେଶ୍ବରରୁ ଦୁଇ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସମୁଦାୟ ୩୯୧ ଜଣ ଆକ୍ରାନ୍ତ ରହିଥିବା ବେଳେ ତନ୍ମଧ୍ୟରୁ ୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର ପ୍ରାଣହାନି ଘଟିଛି ।


