ସୁସ୍ଥ ହୋଇ ପ୍ଲାଜ୍ମା ଦାନ କଲେ କୋରନା ଯୋଦ୍ଧା

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ରେ ସୁସ୍ଥ ହୋଇ ପ୍ଲାଜ୍ମା ଦାନ କଲେ କୋରନା ଯୋଦ୍ଧା ଯେପରି ଭାବରେ ରାଜ୍ୟରେ କରୋନା ନିଜର କାୟା ଆବିଷ୍କାର କରି ଚାଲିଛି ଏସବୁକୁ ଦେଖି ଲୋକମାନେ ଭାଙ୍ଗି ପଡିଛନ୍ତି | ଏହା ସହ ଅନେକଙ୍କର ପରିବାର ଉଜାଡି ଦେଇଛି ଏ ମହାମାରୀ , ଏଭଳି ପରିସ୍ଥିରେ ଅନେକ ଯୋଦ୍ଧା ମଧ୍ୟ ଏହି ଆକ୍ରାନ୍ତର ଶିକାର ହୋଇଛନି | ପୋଲିସ, ଡାକ୍ତର, ସମ୍ବାଦିକ, ସଫେଇ କର୍ମଚାରୀ, ଏମାନେ ଆକ୍ରାନ୍ତ ହେବା ସହ ଅନେକ ଯୋଦ୍ଧା ନିଜର ଜୀବନ ହାରିଛନ୍ତି | ଆଉ କିଛି ସୁସ୍ଥ ହୋଇ ଫେରି ନିଜ କର୍ମରେ ଯୋଗ ଦେଇଛନ୍ତି | ମୋହନା ମେଡ଼ିକାଲ ର କାର୍ଯ୍ୟଗତ ଡ଼ାଃ .ଏମ,ଶିବ ସେନିଜ ଡିଉଟି କରିବା ସମୟରେ କରୋନା ରେ ଆକ୍ରାନ୍ତ ହୋଇଥିଲେ | ଏହା ଜାଣିବା ପରେ ସେ କାଳିଆପଟା କୋଭିଡ ମେଡ଼ିକାଲ ରେ ଚିକିତ୍ସା ହୋଇ ସୁସ୍ଥ ନିଜ ଘରେ ରହିଥିଲେ ୨୧ ଦିନ ପରେ ପୁଣି ନିଜ କାର୍ଯ୍ୟ ରେ ଯୋଗ ଦେଇ ରୋଗୀଙ୍କୁ ଚିକିତ୍ସା ଯୋଗାଉଛନ୍ତି | ତା ସହ ଆକ୍ରାନ୍ତ ଥିବା ରୋଗୀ ମାନଙ୍କୁ ନିଜର ପ୍ଲାଜ୍ମା ଦାନ କରୁଛନ୍ତି | ବ୍ରହ୍ମପୁର ବଡ଼ ମେଡିକାଲ ରେ ତାଙ୍କୁ ସରକାରଙ୍କ ତରଫରୁ ମାନ ପତ୍ର ପ୍ରଦାନ କରାଯାଇଛି | ମୋହନା ବ୍ଲକ ର ପ୍ରଥମ ପ୍ଲାଜ୍ମା ଦାନ କରିଥିବାରୁ ସମସ୍ତେ ଡ଼ା, ଶିବ ଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଏପରିକି ମୋହନା ମେଡିକାଲ କର୍ମରତ ଥିବା ଡାକ୍ତର ମାନଙ୍କର ରୋଗୀ ମାନଙ୍କ ପ୍ରତି ଭଲ ସେବା ଓ ଚିକିତ୍ସା ଦେଖି ସେମାନଙ୍କର ପ୍ରଶଂସା କରିଥିଲେ ଓ ସେମାନଙ୍କୁ ଧନ୍ୟବାଦ ଦେବା ସହ ଆଗକୁ ଏମିତି ସେବା ଯୋଗାଇବାକୁ ଅନୁରୋଧ କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ