ସୁସ୍ଥ ହେଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ (ୱାଇଏନ୍ଏସ୍): ଦିଲ୍ଲୀ ଏମ୍ସରେ ରାଷ୍ଟ୍ରପତିଙ୍କର ସର୍ଜରୀ କରାଯାଇଥିବା ବେଳେ ଏହା ସଫଳ ହୋଇଛି। ଏନେଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟରେ ଲେଖାଯାଇଛି ଯେ, ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ଦିଲ୍ଲୀ ଏମ୍ସରେ ସଫଳ ବାଇପାସ୍ ସର୍ଜରୀ ହୋଇଛି। ସଫଳ ସର୍ଜରୀ ପାଇଁ ମୁଁ ଡାକ୍ତରୀ ଟିମକୁ ଅଭିନନ୍ଦନ ଜଣାଉଛି। ସୂଚନା ମୁତାବକ, ଗତ ଶୁକ୍ରବାର ସକାଳେ ଛାତିରେ କଷ୍ଟ ଅନୁଭବ କରିଥିବା ୭୫ ବର୍ଷିୟ ରାଷ୍ଟ୍ରପତିଙ୍କୁ ପ୍ରଥମେ ସାମରିକ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାର ଅଧିକ ପରୀକ୍ଷା ନିରୀକ୍ଷା ଲାଗି ଶନିବାର ଦିନ ‘ଆର୍ମି ରେଫେରାଲ୍ ହସ୍ପିଟାଲ୍’ ତାଙ୍କୁ ଦିଲ୍ଲୀର ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’କୁ (ଏମ୍ସ୍) ପଠାଇଥିଲେ। ‘ଦିଲ୍ଲୀ ଏମ୍ସ୍’କୁ ସ୍ଥାନାନ୍ତରିତ ହେବା ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ‘ବାଇପାସ୍ ସର୍ଜରୀ’ କରାଇବା ଲାଗି ଡାକ୍ତରମାନେ ପରାମର୍ଶ ଦେଇଥିଲେ।


