ସୂଚନାଧିକାର କର୍ମୀ ଶ୍ରୀ ଜିଆଉଦ୍ଦିନଙ୍କୁ ହୋଇଥିବା ମରଣାତ୍ମକ ଆକ୍ରମଣର ପୋଲିସ୍ ତଦନ୍ତର ନିଷ୍କ୍ରିୟତା ବିରୁଦ୍ଧରେ ପ୍ରତିବାଦ

ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ) :, କନ୍ଧମାଳ ଜିଲ୍ଲାରେ ସୂଚନାଧିକାର କର୍ମୀ ଶ୍ରୀ ଜିଆଉଦ୍ଦିନ ଅହମ୍ମଦଙ୍କୁ ବିଜେଡ଼ିର ଗୁଣ୍ଡାମାନଙ୍କର ମରଣାତ୍ମକ ଆକ୍ରମଣର ପୋଲିସ୍ ତଦନ୍ତ ନ କରି ଘଣ୍ଟ ଘୋଡ଼ାଇବା ଏବଂ ଦୋଷୀମାନଙ୍କୁ ସୁରକ୍ଷା ଦେବାର ପ୍ରତିବାଦରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ବିକ୍ଷୋଭ କରାଯାଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ, ଗତ ୧୨.୪.୨୦୧୯ରିଖରେ ସୂଚନାଧିକାର କର୍ମୀ ଜିଆଉଦ୍ଦିନଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାରେ ଦୁର୍ନୀତି ଏବଂ ଭ୍ରଷ୍ଟା•ର ସମ୍ପର୍କରେ ଜନସଚେତନତା କାର୍ଯ୍ୟ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ହୋଇଥିବା ଦୁର୍ନୀତି ସମ୍ପର୍କିତ ତଥ୍ୟ ଏବଂ ବିଜେଡ଼ିର ଲୋକସଭା ପ୍ରାର୍ଥୀ ଶ୍ରୀ ଅଚ୍ୟୁତ ସାମନ୍ତଙ୍କ କିଟ୍ ଜମି ଜାଲିଆତି ଓ କିସ୍ ଶିକ୍ଷାନୁଷ୍ଠାନ ଘୋଟଲା ସମ୍ପର୍କରେ ତଥ୍ୟକୁ ଆଧାର କରି ଏକ ପ୍ର•ର ପତ୍ର ବଣ୍ଟନ କରାଯାଉଥିଲା । ଏହି ପ୍ର•ର ପତ୍ର ପଢି ସାଧାରଣ ଲୋକ ସଚେତନ ହେଉଥିଲେ ଏବଂ ଅନେକ ପ୍ରଶ୍ନ ପ•ରୁଥିଲେ । ଶ୍ରୀ ସାମନ୍ତ ଜଣେ ପ୍ରକୃତ ଚରିତ୍ର ଲୋକଲୋଚନକୁ ଆସିବାରୁ ସେ ବିଜେଡ଼ି ଗୁଣ୍ଡାମାନଙ୍କୁ ନିୟୋଜିତ କରି ଜିଆଉଦ୍ଦିନଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିଥିଲେ । ପ୍ରାୟ ୨୦ଜଣ ବିଜେଡ଼ି ଦଳାର ଗୁଣ୍ଡା ଅଚ୍ୟୁତ ସାମନ୍ତ ଜିନ୍ଦାବାଦ ସ୍ଲୋଗାନ ଦେଇ ଜିଆଉଦ୍ଦିନଭ୍କୁ ବିଧା, ମୁଥ, ଗୋଇଠା ମାରିବା ସହ ଜିଲ୍ଲା ଛାଡ଼ି ପଳାଇ ଯିବାକୁ ଧମକ ଦେଇଥିଲେ । ଇତି ମଧ୍ୟରେ ପୋଲିସ୍ ଆସି ଜିଆଉଦ୍ଦିନଙ୍କୁ ସୁରକ୍ଷା ଦେବା ସହ ଥାନାରେ ଅଟକ ରଖିଥିଲେ । ଏହାପରେ ୧୩.୪.୨୦୧୯ରେ ସେ ଲିଖିତଭାବେ ଶ୍ରୀ ଅଚ୍ୟୁତ ସାମନ୍ତ ଏବଂ ବିଜେଡ଼ି ଗୁଣ୍ଡାମାନଙ୍କ ବିରୁଦ୍ଧରେ ତୁମୁଡ଼ିବନ୍ଧ ଥାନାରେ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । ଥାନା ଅଧିକାରୀ ଉକ୍ତ ଅଭିଯୋଗକୁ ପଞ୍ଜିକୃତ କରି କେସ୍ ସଂଖ୍ୟା ୩୯/୧୯ ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ •ରଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବରଂ ଦୋଷୀମାନଙ୍କୁ ସୁରକ୍ଷା ଦେଇ•ଲିଛି । ପୋଲିସ୍ ତଦନ୍ତ ଅବହେଳା ବିରୁଦ୍ଧରେ ଓଡ଼ିଶା ସୂଚନା ଅଧିକାର ଅଭିଯାନରେ ଏକ ପ୍ରତିନିଧିଦଳ ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ, ଦିବାକର ନାୟକ, ଭକ୍ତିଚରଣ ପଲେଇ, ସଚିକାନ୍ତ ପ୍ରଧାନ ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ ସହ ଦୋଷୀମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବୀ କରିଥିଲେ । ଆଜିର ବିକ୍ଷୋଭରେ ସୂଚନାଧିକାର କର୍ମୀ ଶ୍ରୀ ପ୍ରଦୀପ ପ୍ରଧାନ, ରଞ୍ଜୁଲତା ମହାପାତ୍ର, ମାଧବ ଭୋଇ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ