ସୂଚନା ଅଧିକାର (ସଂଶୋଧନ ବିଲ୍ ପ୍ରତ୍ୟାହାର ଦାବୀରେ ‘ଓସା’ର ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ସମଗ୍ର ଦେଶରେ କୌଣସି ବିତର୍କ ନ କରାଇ ଅତ୍ୟନ୍ତ ମନୋମୁଖୀ ଭାବେ କେନ୍ଦ୍ର ସରକାର ସଂସଦର ଉଭୟ ସଦନରେ ଯେପରି ଭାବେ ସୂଚନା ଅଧିକାର (ସଂଶୋଧନ) ବିଲ୍କୁ ପାସ୍ କରାଇନେଲେ, ଏହାକୁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ବିରୋଧ କରାଯିବା ସହ ଏହାର ପ୍ରତ୍ୟାହାର ପାଇଁ ଦାବୀ କରାଯାଇଥିଲା । ଏହା ସହିତ ଏହି ସଂଶୋଧନ ବିଲ୍କୁ ସ୍ୱୀକୃତି ନ ଦେବା ପାଇଁ ଏବଂ ପୁନଃ ବି·ର ପାଇଁ ସଂସଦକୁ ଫେରାଇ ଦେବା ପାଇଁ ‘ଓସା’ ତରଫରୁ ରାଷ୍ଟ୍ରପତିଙ୍କୁ ନିବେଦନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଏହି ସଂଶୋଧନ ବିଲରେ କେନ୍ଦ୍ରୀୟ ସୂଚନା କମିଶନ ଏବଂ ରାଜ୍ୟ ସୂଚନା କମିଶନମାନଙ୍କ ଦରମା, ଭତ୍ତା, ·କିରୀ ସର୍ତ୍ତାବଳୀ, ନିଯୁକ୍ତି ସମୟସୀମା ଇତ୍ୟାଦି କେନ୍ଦ୍ର ସରକାର ସରକାରୀ ବିଜ୍ଞପ୍ତି ଜରିଆରେ ସ୍ଥିର କରିବେ ବୋଲି ଉଲ୍ଲେଖ କରିଛନ୍ତି । ବର୍ତ୍ତମାନ ଆଇନ୍ରେ ବ୍ୟବସ୍ଥା ଅଛି ଯେ, କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନରଙ୍କ ନିଯୁକ୍ତି ସମୟସୀମା ୫ ବର୍ଷ ଏବଂ ମୁଖ୍ୟ ନିର୍ବାଚନ କମିଶନଙ୍କର ଯଥା ସୁପ୍ରିମକୋର୍ଟ ବି·ରପତିଙ୍କ ଦରମା, ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବା ପାଇଁ କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ହକ୍ଦାର । ସେହିପରି କେନ୍ଦ୍ରୀୟ ସୂଚନା କମିଶନର ଏବଂ ରାଜ୍ୟ ମୁଖ୍ୟ ସୂଚନା କମିଶନରଙ୍କ ନିଯୁକ୍ତି ୫ ବର୍ଷ ଏବଂ ଏ ମାନଙ୍କର ଦରମା, ଭତ୍ତା, ନିର୍ବାଚନ କମିଶନର ବା ଉଚ୍ଚ ନ୍ୟାୟାଳ ବି·ରପତିଙ୍କ ଦରମା, ଭତ୍ତା ସହିତ ସମାନ । ଏହା ସହିତ ସୂଚନା ଆଇନ୍ର ୧୨(୪) ଏବଂ ୧୪(୪) ଅନୁଯାୟୀ କେନ୍ଦ୍ରୀୟ ସୂଚନା କମିଶନ ବା ରାଜ୍ୟ ସୂଚନା କମିଶନ କୌଣସି କର୍ତ୍ତୃପକ୍ଷଙ୍କ ପ୍ରଭାବର ବଶବର୍ତ୍ତୀ ନହୋଇ ସ୍ୱାଧୀନଭାବେ କାମ କରିବେ । ଅର୍ଥାତ୍ କମିଶନଙ୍କ ଦୈନନ୍ଦିନ କାର୍ଯ୍ୟରେ ସରକାରୀ ହସ୍ତକ୍ଷେପ ରହିବ ନାହିଁ । କିନ୍ତୁ କେନ୍ଦ୍ର ସରକାର ଯେଉଁ ସଂଶୋଧନ ବିଲ୍ ଆଣିଛନ୍ତି, ଏହା ଦ୍ୱାରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସୂଚନା କମିଶନ କେନ୍ଦ୍ର ସରକାରଙ୍କ ଅଧୀନରେ ରହି କାମ କରିବେ । କେନ୍ଦ୍ର ସରକାର ତାଙ୍କର ମନ ମୁତାବକ କମିଶନମାନଙ୍କର ·କିରୀ ସର୍ତ୍ତାବଳୀ, ଦରମା ଭତ୍ତା ସମୟକୁ ସମୟ ନିର୍ଦ୍ଧାରଣ କରିବେ । ଏହା ଦ୍ୱାରା କମିଶନଙ୍କ ସ୍ୱାତନ୍ତ୍ରତା ଏବଂ ସ୍ୱାଧୀନତା କ୍ଷୁର୍ଣ୍ଣ ହେବ । ସୂଚନା ପ୍ରଦାନ କ୍ଷେତ୍ରରେ ସୂଚନା କମିଶନ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ ନାହିଁ । ଏହା ସହିତ ସୂଚନା ଅଧିକାର ସଂଶୋଧନ ବିଲ୍କୁ ରାଜ୍ୟ ସଭାରେ ବିଜେଡ଼ି ଦଳର ସମର୍ଥନକୁ ନାପସନ୍ଦ କରାଯାଇଛି । ରାଜ୍ୟରେ ଦୀର୍ଘ ୧୨ ବର୍ଷ ଧରି ନବୀନ ସରକାର ଯେପରି ସୂଚନା ଆଇନ୍କୁ ଅକାମୀ କରି ରଖିଛନ୍ତି, ସେହିପରି ସମଗ୍ର ଦେଶରେ ସୂଚନା ଆଇନ୍କୁ ଅକାମୀ କରିବା ପାଇଁ ମୋଦିଙ୍କ ସହିତ ହାତ ମିଳାଇଛନ୍ତି ବୋଲି ‘ଓସା’ ତରଫରୁ ଅଭିଯୋଗ କରାଯାଇଛି । ନବୀନ ପଟ୍ଟନାୟକ ସରକାର ଯେହେତୁ ବହୁ ଦୁର୍ନୀତିରେ ସମ୍ପୃକ୍ତ ଏବଂ ଖଣି ଦୁର୍ନୀତି ଏବଂ ଚିଟ୍ଫଣ୍ଡ ଦୁର୍ନୀତର ସିବିଆଇ ତଦନ୍ତର କଳା ବାଦଲ ଘେରି ରହିଛି, ସେଥିପାଇଁ ବିଜେପି ସରକାରଙ୍କୁ ଖୁସି କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହା ଅନ୍ୟ ଏକ ପଦକ୍ଷେପ ବୋଲି ଆବାହକ ପ୍ରଦୀପ ପ୍ରଧାନ କହିଛନ୍ତି । ତେଣୁ ଏହି ସଂଶୋଧନ ବିଲ୍କୁ ସ୍ୱୀକୃତି ନ ଦେବା ପାଇଁ ଅଭିଯାନ ତରଫରୁ ରାଷ୍ଟ୍ରପତିଙ୍କୁ ନିବେଦନ କରିବା ପାଇଁ ରାଜ୍ୟରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଅଗଷ୍ଟ ୧ରୁ ୭ ତାରିଖ ସପ୍ତାହବ୍ୟାପୀ ବିଭିନ୍ନ ଜିଲ୍ଲାରେ ପଥପ୍ରାନ୍ତର ସଭା, ସେମିନାର, ପ୍ରତିବାଦ ବିକ୍ଷୋଭ, ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଦସ୍ତଖତ ଅଭିଯାନ ଇତ୍ୟାଦି ଆୟୋଜନ କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସମସ୍ତ ସଚେତନ ନାଗରିକ, ବୁଦ୍ଧିଜୀବୀ, ମାନବାଧିକାର କର୍ମୀ ଏବଂ ସୂଚନାଧିକାର କର୍ମୀମାନଙ୍କୁ ନିବେଦନ କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆଇନ୍ଜୀବୀ ସୁଧିର ମହାନ୍ତି, ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ, ଶ୍ରୀକାନ୍ତ ପାକଳ, ରଞ୍ଜୁଲତା ମହାପାତ୍ର, ସନ୍ତୋଷ କୁମାର କୁଣ୍ଡୁ, ଅବଲ ହାତୀ, ଜିତେନ୍ଦ୍ର ସାହୁ, ପ୍ରଫେସର ଯନ୍ତ୍ରଣା ପରିକ୍ଷୀତ ପ୍ରମୁଖ ଉପସ୍ଥିତ ଥିଲେ ।