ସୂଚନା ଓ ପ୍ରସାରଣ ମନ୍ତ୍ରାଳୟର ସଚିବ ଦାୟିତ୍ୱ ନେଲେ ଅପୂର୍ବ ଚନ୍ଦ୍ର
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍)ର ବରିଷ୍ଠ ଅଧିକାରୀ ଅପୂର୍ବ ଚନ୍ଦ୍ର ସୋମବାର ଦିନ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟର ସଚିବ ଭାବେ ଦାୟିତ୍ୱ ନେଇଛନ୍ତି । ଉଚ୍ଚ ଶିକ୍ଷା ସଚିବ ଅମିତ ଖରେ ଗତ ଏକବର୍ଷର ଉର୍ଦ୍ଧ୍ୱ ସମୟ ଧରି ସୂଚନା ଏବଂ ମନ୍ତ୍ରାଳୟର ସଚିବ ଅତିରିକ୍ତ ପଦବୀରେ ଥିଲେ । ମହାରାଷ୍ଟ୍ର କ୍ୟାଡରର ୧୯୮୮ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅପୂର୍ବ ଚନ୍ଦ୍ର ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟର ସଚିବ ଥିଲେ । ଏହାପୂର୍ବରୁ ଶ୍ରୀ ଚନ୍ଦ୍ର ରକ୍ଷା ମନ୍ତ୍ରାଳୟର ରକ୍ଷା ଅଧିଗ୍ରହଣର ବିଶେଷ ମହାନିର୍ଦ୍ଦେଶକ ଥିଲେ । ଶ୍ରୀ ଚନ୍ଦ୍ର ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ଏବଂ ଷ୍ଟକଚରାଲ୍ ଇଞ୍ଜିନିୟରିଂରେ ସ୍ନାତକୋତର ଡିଗ୍ରୀ ଆଇଆଇଟି ଦିଲ୍ଲୀରୁ ହାସିଲ୍ କରିଥିଲେ । ସେ ସାତ ବର୍ଷରୁ ଅଧିକ ସମୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟରେ ରହିଥିଲେ । ସେଠାରେ ଉଦ୍ୟୋଗକୁ ଇନ୍ଧନ ଆପୂର୍ତି, ଆପୂର୍ତି ଲଜିଷ୍ଟିକ୍, ପରିବହନ, ଇନ୍ଧନ ଉତ୍ପାଦ ଆଦିର ସଂଗ୍ରହ ଏବଂ ବିତରଣରେ ଯୋଡ଼ିଥିବା ନୀତିଗୁଡ଼ିକୁ ତିଆରି କରିବାରେ ସାମିଲ୍ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି


