ସୂଚନା ଓ ଲେ।କ ସମ୍ପର୍କ ବିଭାଗର ବିଜ୍ଞାପନ ନିର୍ଦ୍ଦେଶନାମା ପ୍ରତ୍ୟାହାର କରାଯାଉ

ବ୍ରହ୍ମପୁର (ଓ୍ବାଇଏନ୍ଏସ୍) : କରେ।ନା ଲକ୍‌ଡାଉନ୍ ଯେ।ଗୁଁ ରାଜ୍ୟରେ ଖବରକାଗଜ ପ୍ରକାଶନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହେ।ଇଛି । ଇତିମଧ୍ୟରେ ବହୁ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ବାଧା ଉପୁଜିବା ସହିତ ସାମ୍ବାଦିକ, କର୍ମଚାରୀମାନଙ୍କୁ ଛଟେଇ ସହିତ ଉପଯୁକ୍ତ ପାରିଶ୍ରମିକ ଦିଅ ।ଯାଉନାହିଁ । ଚାକିରି ଅ ।ଶାରେ ସାମ୍ବାଦିକମାନେ ପ୍ରତିବାଦ କରିପାରୁନାହାନ୍ତି । ଅଜାଗା ଘା ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ । କରେ ।ନା ସମୟରେ ମାଲିକମାନେ କର୍ମଚାରୀମାନଙ୍କ ମଜୁରୀରେ କୌଣସି କଟେ ।କ୍ତି ନ କରିବାକୁ ଏବଂ ଚାକିରିରୁ ଛଟେଇ ନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ଶିଳ୍ପ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବହୁ ସମ୍ବାଦପତ୍ର ମାଲିକ ଏହାକୁ ମାନୁନାହାନ୍ତି । ଏ ଦିଗରେ ଶ୍ରମ ବିଭାଗ ପକ୍ଷରୁ ମଧ୍ୟ କୌଣସି ଦୃଷ୍ଟି ଦିଅ ।ଯାଉନାହିଁ । ଏବେ ସବୁ ବଡ଼ ବଡ଼ ମାଲିକମାନେ ସରକାରୀ ଦଳର କାର୍ପୋଟଦାର ସାଜିଥିବା ବେଳେ କର୍ମଚାରୀମାନେ ନ୍ୟାୟ ପାଇବାର ଅ ।ଶା ଅ ।ଦୌ ନାହିଁ କହିଲେ ଚଳେ । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସୂଚନା ଓ ଲେ ।କ ସମ୍ପର୍କ ନିର୍ଦ୍ଦେଶକଙ୍କ ଚିଠି ନଂ ୪୯୨୮/ତା.୨୯.୪.୨୦୨୦ଙ୍କ ନେ ।ଟିସ କଟା ଘା’ରେ ଚୁନ ସଦୃଶ । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ ଉପରେ ବଜ୍ରପାତ ଭଳି ହେ ।ଇଛି । ବିଜ୍ଞାପନରେ ଅଘେ ।ଷିତ କଟେ ।କ୍ତି ସମ୍ପର୍କରେ ବିଭାଗ କର୍ତ୍ତୃପକ୍ଷ ନେ ।ଟିସ ଜାରି କରି ଅର୍ଦ୍ଧାଧିକ ପରିମାଣ ହ୍ରାସ କରିଛନ୍ତି । ସରକାର ସମ୍ବାଦପତ୍ର ସମ୍ପାଦକଙ୍କ ସହିତ କୌଣସି ଅ ।ଲେ ।ଚନା ନ କରି ଏକ ପାଖିଅ । ନିଷ୍ପତ୍ତି ଗ୍ରହଣ କରିଥିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ତେଣୁ ଏହି ନିର୍ଦ୍ଦେଶନାମାର ପୁନଃବିଚାର କରାଯାଉ ବେ ।ଲି ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଓଡ଼ିଶା ଶାଖାର ସଭାପତି ରବି ରଥ ଅନୁରେ ।ଧ କରିଛନ୍ତି । ଏ ସମ୍ପର୍କରେ ଶ୍ରୀ ରଥ ମୁଖ୍ୟମନ୍ତ୍ରୀ, ସୂଚନା ଓ ଲେ ।କ ସମ୍ପର୍କ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶ୍ରମ କମିଶନର ଓ ବିଭାଗୀୟ ନିର୍ଦ୍ଦେଶକ, ରାଜ୍ୟ ସରକାରଙ୍କ ମିଡିଅ । ପରାମର୍ଶଦାତାଙ୍କ ଦୃଷ୍ଟି ଅ ।କର୍ଷଣ କରିଛନ୍ତି । ଏଠାରେ ଉଲ୍ଳେଖ କରାଯାଇପାରେ, ବଡ଼ ବଡ଼ ଖବର କାଗଜଗୁଡ଼ିକ ବହୁ ପରିମାଣରେ ସରକାରୀ, ବେସରକାରୀ, କର୍ପୋରେଟ ହାଉସର ବିଜ୍ଞାପନ ପାଇଥାନ୍ତି । କେବଳ କେ ।ଭିଡ ବିଜ୍ଞାପନ ବାବଦରେ ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ଦୈନିକ ଲକ୍ଷାଧିକ ଟଙ୍କାର ଅ ।ୟ କରିଛନ୍ତି । କିନ୍ତୁ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକ କେବଳ ବିଭିନ୍ନ ସ୍ମରଣୀୟ ଦିବସରେ ସୂଚନା ଓ ଲେ ।କ ସମ୍ପର୍କ ବିଭାଗ ବାର୍ତ୍ତା ଛଡ଼ା ଅ ।ଉ କିଛି ଦିଏ ନାହିଁ । ତେଣୁ ଏ ଦୃଷ୍ଟିକେ ।ଣରୁ ଓଡ଼ିଶାରେ ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ରଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ ସରକାର ଏହି ନିଷ୍ପତ୍ତିର ପରିବର୍ତ୍ତନ କରିବା ପାଇଁ ଅ ।ମେ ଅନୁରେ ।ଧ କରୁଅଛୁ । ସରକାର ଏ ଦିଗରେ ଦୃଷ୍ଟି ନଦେଲେ ଅର୍ଦ୍ଧାଅ ।ହାରରେ ରହୁଥିବା ଚତୁର୍ଥ ସ୍ତମ୍ଭର ତଳିଅ । କର୍ମଚାରୀ ଅନାହାର ଅବସ୍ଥା ଅ ।ଡ଼କୁ ଠେଲି ହେ ।ଇଯିବେ, ଏକଥାକୁ ଅସ୍ୱୀକାର କରିହେବ ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ