ସୂଚନା ଓ ଲୋକସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ବାଲେଶ୍ୱର ଗସ୍ତ

ବାଲେଶ୍ୱର, (ସରୋଜ ପଣ୍ଡା):ସୂଚନା ଓ ଲୋକସମ୍ପର୍କ ବିଭାଗ (କେନ୍ଦ୍ରାଞ୍ଚଳ) ଉପ-ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ନାୟକ ଦୁଇ ଦିନିଆ ବାଲେଶ୍ୱର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ସମସ୍ତ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଏବଂ ସମସ୍ତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଛନ୍ତି । ଏଥି ସହିତ ଜିଲ୍ଲା ସଦର ମହକୁମା ଠାରେ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟରେ ଥିବା ସମସ୍ତ କାର୍ଯ୍ୟ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କର୍ମଚାରୀ ମାନଙ୍କ ସହ ଆଗାମୀ କାର୍ଯ୍ୟ ପ୍ରଣାଳୀକୁ ତ୍ୱରାନ୍ୱିତ କରିବା ପାଇଁ ଏକ ବୈଠକ ମାଧ୍ୟମରେ ସୂଚନା ଦେଇଥିଲେ।ଗସ୍ତର ପ୍ରଥମ ଦିନରେ ଉପନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ଐଶ୍ଵର୍ଯ୍ୟା ସାମନ୍ତଙ୍କ ସହିତ ସିମୁଳିଆସ୍ଥିତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରି ଯଥା ମନ୍ତବ୍ୟ ପ୍ରଦାନ କରିଥିଲେ। ଗସ୍ତର ପରବର୍ତ୍ତୀ ସତ୍ରରେ ଶ୍ରୀ ନାୟକ ବାଲେଶ୍ୱର ସ୍ଥିତ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ନିରୀକ୍ଷଣ କରିଥିଲେ I କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ଚାଲିଥିବା ଅବଗତ ହୋଇ ଶ୍ରୀ ନାୟକ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଆହୁରି ଉନ୍ନତ ପ୍ରଣାଳୀରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ତତ୍ପଶ୍ଚ୍ୟାତ୍ ଉପନିର୍ଦ୍ଦେଶକ ଜଳେଶ୍ୱରସ୍ଥିତ ସୂଚନା କେନ୍ଦ୍ର ତଥା ପାଠାଗାର ନିରୀକ୍ଷଣ କରିଥିଲେ I ଗସ୍ତର ଦ୍ଵିତୀୟ ଦିନରେ ଶ୍ରୀ ନାୟକ ନୀଳଗିରି ସ୍ଥିତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସୂଚନା କେନ୍ଦ୍ର ତଥା ପାଠାଗାରର ନିରୀକ୍ଷଣ କରିଥିଲେ I ଏହି ନିରୀକ୍ଷଣ କାର୍ଯ୍ୟ ସମୟରେ ନୀଳଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଗୋବର୍ଦ୍ଧନ ବିଶ୍ୱାଳ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ