ସୂଚନା ନ ମିଳିବାରୁ ଆମରଣ ଅନଶନ

ନିମାପଡା, (ସନ୍ତୋଷ ଦାଶ):ନିମାପଡା ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିରହିଛନ୍ତି ଓଡିଶା ନିର୍ମାଣ ନିଗମର ପୂର୍ବତନ କର୍ମଚାରୀ ତଥା ସାଧାରଣ ପରିଚାଳକ ଶ୍ୟାମସୁନ୍ଦର ନାୟକ।ନିମାପଡା ଅଂଚଳରେ ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନରେ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କାର କାର୍ଯ୍ୟ ହେଉଥିବା ବେଳେ ଅନେକ ଗୁଡିଏ କାର୍ଯ୍ୟ ଏସ୍ଟିମେଟ ଦ୍ୱାରା ହେଉନଥିବା ସନ୍ଦେହରେ ଶ୍ୟାମସୁନ୍ଦର ନାୟକ କିଛି କାର୍ଯ୍ୟର ବିବରଣୀ ସୂଚନା ଅଧିକାର ଆଇନ ବଳରେ ମାଗିଥିଲେ।ହେଲେ ବିବରଣୀ ମାଗିବାର ଗୋଟେ ମାସ ବିତି ଯାଇଥିଲେ ମଧ୍ୟ ତାଙ୍କୁ ଆଜି ପର୍ଯ୍ୟନ୍ତ ମାଗିଥିବା ବିବରଣୀ ମିଳିପାରିଲା ନାହିଁ।ସେ ଅନେକ ଥର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସି ସେ ବାବଦରେ ପଚରା ଉଚରା କରିଥିଲେ ମଧ୍ୟ ତାଙ୍କୁ ସନ୍ତୋଷ ଜନକ ଉତ୍ତର ମିଳିନଥିଲା।ଶେଷରେ ସେ ମାଗିଥିବା ବିବରଣୀ ୧୫୭୩୨ ପୃଷ୍ଠାର ରହିଥିବା ବେଳେ ତାଙ୍କୁ ୪୮,୬୯୬ଟଙ୍କା ଜମା କରିବାକୁ କୁହାଯାଇଥିଲା।ହେଲେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ତଥ୍ୟ ନଦେବା ପାଇଁ ଜନ ସୂଚନା ଅଧିକାରୀ ଏହି ଭଳି ମୋଟା ଅଙ୍କର ଅର୍ଥ ଦାବି କରିଛନ୍ତି।ଏହା ଦ୍ବାରା ତାଙ୍କ ମାନବ ଅଧିକାର କ୍ଷୁର୍ଣ୍ଣ କରାଯାଉଚି।ଅପର ପକ୍ଷରେ ଗ୍ରାମ୍ୟ ନିର୍ମାଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସତ୍ୟଜିତ ଦଳାଇ କହିଛନ୍ତି ଯେ ସେ ମାଗିଥିବା ବିବରଣୀ ଜନ ସୂଚନା ଅଧିକାରୀ ପ୍ରସ୍ତୁତ କରି ରଖିଛନ୍ତି।ସରକାରୀ ନିୟମାନୁଯାଇ ସେ ମାଗିଥିବା ବିବରଣୀର ସଠିକ ମୂଲ୍ୟ ଦେଇ ନେଇଯାଇପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ