ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ସମ୍ବନ୍ଧେ ବ୍ଳକସ୍ତରୀୟ ଦୁଇ ଦିବସୀୟ କର୍ମଶାଳା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ସମ୍ପର୍କରେ ବ୍ଳକସ୍ତରୀୟ ଦୁଇ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ଜ୍ୟୋତିର୍ମୟୀ ଧିରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବିଡିଓ ଦେବେନ୍ଦ୍ର ପ୍ରଧାନ ଯୋଗ ଦେଇ ବ୍ଳକର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରବୃନ୍ଦଙ୍କୁ ରାଜ୍ୟ ସରକାରଙ୍କ ପ୍ରଗତୀମୂଳକ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାରରେ କିଭଳି ଲୋକକଳାର ବିଶେଷ ଭୂମିକା ରହିଛି। ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାରମାନଙ୍କୁ ନିଜସ୍ୱ କଳାର ପ୍ରଦର୍ଶନ କରିବା ପାଇଁ ଏହା ଏକ ଭଲ ସୁଯୋଗ ବୋଲି କହିଥିଲେ I ତାଙ୍କ ସହିତ ନାଉଗାଁ ବ୍ଳକର କଳା ଓ ସଂସ୍କୃତିର ଉପସଭାପତି ସ୍ମିତାରାଣୀ ଦାସ, ସଙ୍କୀର୍ତ୍ତନ ମଣ୍ଡଳୀର ବ୍ଳକ ସଭାପତି ବ୍ରଜକିଶୋର ସ୍ବାଇଁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ। ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମ ସହାୟକ ପ୍ରଶନ୍ନଜିତ ନାୟକ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ