ସୂର୍ଗତ ମହେଶ କର ଶିକ୍ଷା ସମ୍ମାନ ସୁଶ୍ରୀ ମୈତ୍ରୀ ପାଇଲେ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲା ବୋଇତ ବନ୍ଦାଣ ସମିତି,କେନ୍ଦ୍ରାପଡା ପକ୍ଷରୁ ଶୁକ୍ରବାର କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ମଠସାହିସ୍ଥିତ ସୁଶ୍ରୀ ମୈତ୍ରୀ ରାଉତଙ୍କୁ ସୂର୍ଗତ ମହେଶ କର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । କେନ୍ଦ୍ରାପଡା ଜୁନିଅର କଲେଜ ଛାତ୍ରୀ ସୁଶ୍ରୀ ମୈତ୍ରୀ ଚଳିତ+୨ ଧନ୍ଦା ମୁଳକ ଶିକ୍ଷାରେ ସର୍ବୋଚ ନମ୍ବର ରଖି ରାଜ୍ୟରେ ଟପ୍ପର ହୋଇଥିବାରୁ ତାଙ୍କୁ ଏଭଳି ସମ୍ମାନ ପ୍ରଦାନ କରାଯାଇଛି।ସମିତିର ମୁଖ୍ୟ ଉପଦେଷ୍ଟା ପ୍ରଦିପ କୁମାର ମହାନ୍ତି, ସଭାପତି ଚିନ୍ମୟ ପ୍ରସାଦ ବେଉରା, ସଭ୍ୟ ପ୍ରଫୁଲ୍ଲ କୁମାର ମହାନ୍ତି ଓ ଆଦର୍ଶ ଶିକ୍ଷକ ରଘୁନାଥ ରାଉତ ପ୍ରମୁଖ ତାଙ୍କ ମଠସାହି ବାସଭବନରେ ପହଁଚି ସୁଶ୍ରୀ ରାଉତଙ୍କୁ ସମ୍ମାନ ଜନକ ସୂର୍ଗତ ମହେଶ କର ସ୍ମୃତି ସମ୍ମାନ ପ୍ରଦାନ ପୂର୍ବକ ତାଙ୍କର ଭବିଷ୍ୟତ ଉଜ୍ଜ୍ୱଳମୟ ହେଉ ବୋଲି କାମନା କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ୧୯୮୬ ମସିହାରୁ ଜିଲ୍ଲା ବୋଇତ ବନ୍ଦାଣ ସମିତି ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜ୍ଜନ କରିଥିବା ପ୍ରତିଭାବାନ ବ୍ୟକ୍ତି ଓ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ମାନୀତ କରି ଆସୁଅଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ