ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର,(ଓ୍ବାଇଏନ୍ଏସ୍):ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଖାରଘରସ୍ଥିତ କ୍ୟାନ୍ସର ସେଲ୍ଟର ହୋମରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ, ମୁମ୍ବାଇ ଓଡ଼ିଆ ସମାଜ ଓ ବମ୍ବେ ଓଡ଼ିଆ ମହାସଂଘ ଦ୍ୱାରା ଏହା ଆୟୋଜିତ କରାଯାଇଥିଲା । ରାଷ୍ଟ୍ରୀୟ ଗାନ ପରେ ମୁଖ୍ୟ ଅତିଥି ଆଓସିଏଲର ଜେନେରାଲ ମ୍ୟାନେଜର ଶ୍ରୀ ଉତ୍ତମ କୁମାର ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଅନ୍ୟ ସମ୍ମାନନୀୟ ଅତିଥିଭାବେ ପ୍ରଫେସର ରୁପାଲି ମିଶ୍ର, ବିଜୟ ପାଣିଗ୍ରାହୀ, ଜି.ସି. ମହାପାତ୍ର, ଜିତେନ୍ଦ୍ର ଷଡ଼ଙ୍ଗୀ, ବିଭୂତି ରଥ, କ୍ୟାପଟେନ କମଳ ଚୌଧୁରୀ, ସାଧନା ଚୌଧୁରୀ, ରଣା ପୁହୁଲଜୀ, ମନୋଜ ନାୟକ ନେଜେରାଲ ମ୍ୟାନେଜର ଏସ୍‌ବିଆଇ, ବିଜୟ ରଞ୍ଜନ ସାବତ, ଜେନେରାଲ ମ୍ୟାନେଜର ଏସ୍‌ବିଆ ଲାଇଫ, ଯୋଗୀନ୍ଦର ସିଂ, ହର୍ଷବର୍ଦ୍ଧନ ଚୌହାନ, ବସନ୍ତ ଦାସ, ନିଳକଣ୍ଠ ପ୍ରମୁଖ ଯୋଗ ଦେଇଥିଲେ । ୬୫ଜଣ କ୍ୟାନ୍ସର ରୋଗୀଙ୍କୁ କମ୍ବଳ, ଫଳ ଓ ରନ୍ଧାଖାଦ୍ୟ ଦିଆଯାଇଥିଲା । କ୍ୟାପଟେନ ଶେଲ୍‌ବି ମିଶ୍ର, ଡଃ ସୋନାଲି ସୋଧି, ପ୍ରୀତିକାନ୍ତ ପଟ୍ଟନାୟକ, ସାମାଜିକ କର୍ମୀ ଅମିର ବେହେରା, କ୍ରିଷ୍ଣା ସାହୁ, ବାପି ବିଶ୍ୱାଳ, ସାମାଜିକ କର୍ମୀ ନିଳାଚର ସାହୁ ଓ ଏୟାରଫୋର୍ସର ବିଭିନ୍ନ ଲୋକଙ୍କୁ ସମ୍ମାନିତ କରାଯାଇଥିଲା । ଭାଇଚାରାକୁ ବଞ୍ଚାଇ, ସ୍ୱଚ୍ଛ ଭାରତ ଅଭିଯାନ ଓ କରୋନାରୁ ନିଜକୁ ରକ୍ଷା କରିବାକୁ ମୁଖ୍ୟ ଅତିଥି ପରାମର୍ଶ ଦେଇଥିଲେ । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ କ୍ୟାନ୍ସର ସେଲଟର ହୋମରେ ରହୁଥିବା ରୋଗୀମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । କାର୍ଯ୍ୟକ୍ରମରେ ସଭାପତି ଡଃ ବିପିନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଶେଷରେ ବମ୍ବେ ଓଡ଼ିଆ ମହାସଂଘର ଉପସଭାପତି ବିଜୟ ପାଣିଗ୍ରାହୀ ସମସ୍ତଙ୍କୁ ଦନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ