ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ କ୍ୟାନ୍ସର ସେଲଟର ହୋମ ସେବାର ଅନନ୍ୟ ଉଦାହରଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଗ୍ରଣୀ ସମାଜସେବା ଅନୁଷ୍ଠାନ ‘ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ’ର କ୍ୟାନ୍ସର ସେଲଟର ହୋମ ମୁମ୍ବାଇର ଖାରଘରଠାରେ ଗତ ଦଶନ୍ଧି ଧରି କାର୍ଯ୍ୟ କରି ଆସୁଛି । ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମୁମ୍ବାଇ ଓଡ଼ିଆ ସମାଜର ଅଧ୍ୟକ୍ଷ, ବିଶିଷ୍ଟ ସମାଜସେବୀ ଡଃ ବିପିନ ବିହାରୀ ମିଶ୍ର ଏବଂ ସାଧାରଣ ସମ୍ପାଦିକା ଡଃ ସୁକାନ୍ତି ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ସେଲଟର ହୋମରେ ଦେଶର ଅନ୍ୟାନ୍ୟ ପ୍ରାନ୍ତରୁ ବିଶେଷକରି ଓଡ଼ିଶାରୁ ଆସୁଥିବା କ୍ୟାନ୍ସର ପୀଡ଼ିତ ବ୍ୟକ୍ତିମାନଙ୍କର ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି । ଅନୁଷ୍ଠାନର ସଦସ୍ୟମାନଙ୍କ ଦ୍ୱାରା ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା ହେବାକୁ ଆସୁଥିବା କ୍ୟାନ୍ସର ପୀଡ଼ିତ ମାନଙ୍କର ସେବା ଶୁଶ୍ରୁଷା ଠାରୁ ଆରମ୍ଭ କରି ପରିବହନ, ଖାଦ୍ୟ, ଔଷଧ, ଆମ୍ବୁଲାନ୍ସ ସେବା, ଡାକ୍ତରଙ୍କ ପରାମର୍ଶ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁଲଭ ଖର୍ଚ୍ଚରେ କରାଯାଉଛି । କେବଳ କ୍ୟାନ୍ସର ନୁହେଁ, ଯେକୌଣସି କାର୍ଯ୍ୟ ପାଇଁ ମୁମ୍ବାଇ ମହାନଗରୀ ଆସୁଥିବା ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଏହି ଅନୁଷ୍ଠାନ ସହଯୋଗର ହାତ ବଢାଇ ଆସୁଛି ।ଇତିମଧ୍ୟରେ ଓଡ଼ିଶା ବିଧାନ ସଭା ବିରୋଧୀ ଦଳ ମୁଖ୍ୟ ସଚେତକ, ପବ୍ଲିକ ଆକାଉଣ୍ଟାଣ୍ଟ ଅଧ୍ୟକ୍ଷ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀ ଏହି ସେଲଟର ହୋମ ପରିଦର୍ଶନ କରି ଏହାର ଅନ୍ତେବାସୀଙ୍କ ସହିତ କିଛି ମୁହୂର୍ତ୍ତ କଟାଇ ସେମାନଙ୍କ ମନୋବଳ ଦୃଢ କରିବା ସହିତ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଏଭଳି ଅଭିନବ ଜନମଙ୍ଗଳ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କ୍ୟାପଟେନ ସେଲବି ମିଶ୍ର, ବୈଜ୍ଞାନିକ ଶିବାନୀ ମିଶ୍ର ଓ ଅନ୍ୟାନ୍ୟ କର୍ପୋରେଟ କମ୍ପାନୀମାନଙ୍କ ସହଯୋଗ ପ୍ରଣିଧାନଯୋଗ୍ୟ, ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ଡଃ ବିପିନ ବିହାରୀ ମିଶ୍ର ଓ ଡଃ ସୁକାନ୍ତି ମିଶ୍ରଙ୍କ ଉତ୍ସର୍ଗୀକୃତ ସେବାକାର୍ଯ୍ୟ ଯୋଗୁଁ ଏହି ସେଲଟର ହୋମ କ୍ୟାନ୍ସର ପୀଡ଼ିତମାନଙ୍କ ପାଇଁ ସାହା ଭରଷା ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ