ସୂର୍ଯ୍ୟପୂଜା ବିଧି
ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼ାଇବା ସମୟରେ ଆଖପାଖରେ ଅଳିଆ ଡବା ଓ ଆବର୍ଜନା ଥିଲେ ହଟାଇ ଦିଅନ୍ତୁ । ଏହା ନକାରାତ୍ମକ ଶକ୍ତିକୁ ବଢ଼ାଇଥାଏ ।ସୂର୍ଯ୍ୟଙ୍କୁ ଜଳ ଚଢ଼ାଇବା ପାଇଁ ଏକ ଅଲଗା ପାତ୍ରର ବ୍ୟବହାର କରନ୍ତୁ । ଏହାକୁ ଯେପରି ଖାଦ୍ୟ ପ୍ରସ୍ତୁତି ଅବା ଅନ୍ୟ କାମରେ ବ୍ୟବହାର ନ କରନ୍ତି ।ସୂର୍ଯ୍ୟଦେବଙ୍କୁ ଜଳ ସର୍ବଦା ଡାହାଣ ହାତରେ ଚଢ଼ାନ୍ତୁ । ଜଳ ଅର୍ପଣ କରିବା ପୂର୍ବରୁ ପିଆଜରସୁଣ ଖାଆନ୍ତୁ ନାହିଁ । ଜଳ ଅର୍ପଣ କରି ସାରିବା ପରେ ସେହି ଜଳକୁ କିଛି ମାତ୍ରାରେ ବଳକା ରଖନ୍ତୁ ଏବଂ ଏହାକୁ ନେଇ ଚତୁଃପାଶ୍ୱର୍ରେ ଛିଞ୍ଚି ଦିଅନ୍ତୁ । ଏପରି କରିବା ଦ୍ୱାରା ପୂଜା ଅଧିକ ଫଳପ୍ରଦ ହୋଇଥାଏ ।