“ସୂର୍ଯ୍ୟାଲୋକ ସମାଜ ସେବା” ପକ୍ଷରୁ ସଭା

ଯାଜପୁର , (ଯୁଗାବ୍ଦ ନ୍ୟୁଜ) : ସ୍ୱେଚ୍ଛାସେବୀମାନଙ୍କୁ ନେଇ ଯାଜପୁରରେ ନୂତନ ଭାବରେ ଗଢ଼ି ଉଠିଥିବା “ସୂର୍ଯ୍ୟାଲୋକ ସମାଜ ସେବା’ ପକ୍ଷରୁ ସୋମବାର ଦଶରଥପୁରସ୍ଥିତ ନେତାଜୀ ଦିବ୍ୟାଙ୍ଗ(ଦୃଷ୍ଟିହୀନ) ବିଦ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଛି। ଏଥିରେ ଅନୁଷ୍ଠାନ ର ସଭାପତି ଦେବେନ୍ଦ୍ର ନାଥ ବଳଙ୍କ ସଭାପତିତ୍ୱ ରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଛଟିଆବଟର ମହନ୍ତ ସନ୍ତୋଷ କୁମାର ଦାସ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ଶିକ୍ଷକ ଭୂପତି ଭୂଷଣ ମିଶ୍ର, ସଂମାନିତ ଅତିଥି ଭାବରେ ଜଣେ ବିସିଷ୍ଟ ସମାଜ ସେବୀକା ଅଂଯୁକ୍ତା ପଣ୍ଡା , ସୁନୀଲ ମହାରାଜ ଓ ବିଦ୍ୟାଳୟର ପ୍ରତିଷ୍ଠାତା ସୁରେନ୍ଦ୍ର ଦାସ ଯୋଗଦାନ କରିଥିଲେ।ସୂର୍ଯ୍ୟାଲୋକ ସମାଜ ସେବା ତରଫରୁ ଉପସଭାପତି ପ୍ରତାପ କୁମାର ନାୟକ, ସମ୍ପାଦକ ସ୍ମୃତିରଞ୍ଜନ ସ୍ୱାଇଁ, ସହ ସମ୍ପାଦକ ଆମ୍ବିକା ପ୍ରସାଦ ଧଳ,ପରିଚାଳକ ବସୁବନ୍ଧୁ ଦାସ,ଓ ପ୍ରମୁଖ ସଭ୍ୟବୃନ୍ଦ ଅମର ସାହୁ, ଆଲୋକ କୁମାର ଓଝା,ପ୍ରିୟରଞ୍ଜନ ପରିଡା,ଚନ୍ଦ୍ର ନାରାୟଣ ଦାସ,ସତ୍ୟ ସନ୍ଦିବିଘ୍ର, ଲୋକନାଥ ସାହୁ,ଦେବୀପ୍ରସାଦ ବେହୁରିଆ,ଚକ୍ରଧର ସାହୁ, ନିରଂନଜନ ସାହୁ,ପ୍ରଶାନ୍ତ କୁମାର ପ୍ରହରାଜ, ପିତାମ୍ବର ସାମଲ,ଲୋକେଶ ପଣ୍ଡା,ସୁଭଲଷ୍ମୀ ରାଉତ, ସ୍ମିତା ମହାନ୍ତି, ପ୍ରାଚୀ ପ୍ରତ୍ୟସା ସେଠି ସହଯୋଗ କରିଥିଲେ।ଏହି କାର୍ଯ୍ୟକର୍ମ ରେ ବିଦ୍ୟାଳୟ ର ପିଲାମାନଙ୍କୁ କମ୍ବଳ, ସପ ଇତ୍ୟାଦି ବଣ୍ଟନ କରାଯିବା ସହ ଦୃଷ୍ଟିହୀନ ଭାଇ ଭଉଣୀ ମାନଙ୍କ ଦ୍ୱାରା ଗୀତ ନାଚ ପରିବେଷଣ କରାଯାଇଥିଲା।ସେସରେ ସୂର୍ଯ୍ୟଲୋକ ପରିବାର ତରଫରୁ ସମସ୍ତ ସଭ୍ୟ ସଭ୍ୟ। ମାନେ ସୂର୍ଯ୍ୟ ଯେପରି ପାତର ଅନ୍ତର ନ କରି ତାର ଆଲୋକ ପ୍ରଦାନ କରିଥାଆନ୍ତି ସେମିତି ଏହି ପରିବାର ଆନ୍ତରିକ ଓ ନିଃସ୍ୱାର୍ଥପର ଭାବରେ ସମାଜ ପାଇଁ କାମ କରିବାକୁ ବଜ୍ର ଶପଥ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଉତ୍ସବକୁ ସଫଲ୍ୟ ମଣ୍ଡିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ