ସୂର୍ଯ୍ୟ ନମସ୍କାର ଶିବିର ଉଦଘାଟିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : କ୍ରୀଡ଼ା ଭାରତୀ ପକ୍ଷରୁ ଛତ୍ରପୁର ଷ୍ଟାଡିୟମଠାରେ ଏକଦିବସୀୟ ସୂର୍ଯ୍ୟ ନମସ୍କାର ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆସନ୍ତା ମାଘ ସପ୍ତମୀ ତଥା ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେବ । କ୍ରୀଡ଼ା ଭାରତୀ ସମ୍ପାଦକ ମହାଦେବ ବେହେରା, ସଦସ୍ୟା ଡ.ଅଳକା ମିଶ୍ର ଓ ପୁରୀ ଶାଖା ସଂଯୋଜକ ଅଜୟ କୁମାର ମହାପାତ୍ର ଶିବିର ଆରମ୍ଭ କରିଥିଲେ । ଏଥିରେ ଛତ୍ରପୁରର ସହରର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପବ୍ଲିକ ସ୍କୁଲ, ତାଇକୋଣ୍ଡ ଏକାଡ଼େମୀର ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସୁଶ୍ରୀ ସୁବର୍ଣ୍ଣବାଳା ବିଷୋୟୀ ସଭାପତିତ୍ୱ କରିଥିବାବେଳେ ଡ.ଅନିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


