ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ
ନିମାପଡ଼ା, (ସନ୍ତୋଷ ଦାଶ):କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର ଶୁକ୍ରବାର ଦିନ ସଂଧ୍ୟା ରେ ପୁରୀ ଜିଲ୍ଲାର କୋଣାର୍କ ସ୍ଥିତ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ। ଡ. ଭାରତୀ କୋଣାର୍କ ଠାରେ ପହଁଚିବା ପରେ ତାଙ୍କୁ କୋଣାର୍କ ଥାନା ଆଇଆଇସି ରଞ୍ଜନ ମଲ୍ଲିକ ପୁଷ୍ପଗୁଛ ଦେଇ ସ୍ଵାଗତ କରିଥିଲେ। ପରେ ଡ. ଭାରତୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଥିଲେ। କୋଣାର୍କ ମନ୍ଦିର ର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ସେ ବିମୋହିତ ହୋଇ ପଡ଼ିଥିଲେ।


