ସୃଜନ ସାହିତ୍ୟ ସଂସ୍କୃତି ସଂସଦର ପଞ୍ଚମ ବାର୍ଷିକ ଉତ୍ସବ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସୃଜନ ସାହିତ୍ୟ ସଂସ୍କୃତି ସଂସଦର ପଞ୍ଚମ ବାର୍ଷିକ ମହୋତ୍ସବ ଭବ୍ୟ ସମାରୋହରେ ସ୍ଥାନୀୟ ଶିବ କୁମାର ରିଡିଙ୍ଗ ରୁମ୍ ଠାରେ ଅନୁଷ୍ଠାନର ସଭାପତି ସୁସାହିତ୍ୟିକ ଡଃ. ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସମାଜସେବୀ ବିଚିତ୍ର ପଟ୍ଟନାୟକ ମୁଖ୍ୟ ଅତିଥି, ଡଃ. କୁଳମଣି ଓଝା ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଛତ୍ରପୁର ପ୍ରାକ୍ତନ ବିଧାୟକ ଅଶୋକ କୁମାର ଚୌଧୁରୀ, ସାହିତ୍ୟିକ ସୁଶାନ୍ତ ଦାଶ, ସମାଜସେବୀ ତ୍ରିନାଥ ନାୟକ, ଓଡ଼ିଶା ଡିପ୍ଲୋମା ଇଂଜିନିୟର ସେବା ସଂଘ ଭୁବନେଶ୍ୱରର ସଭାପତି ଶ୍ରୀକାନ୍ତ ମହାପାତ୍ର, ଶିକ୍ଷାବିତ୍ ଡଃ. ଭି. ରାଜେନ୍ଦ୍ର ରାଜୁ, ଆନ୍ଧ୍ର ପ୍ରଦେଶର ଉଷା ରାଣୀ ପଣ୍ଡା ମଞ୍ଚାସୀନ ହୋଇଥିଲେ l ସମ୍ପାଦକ ସୋମନାଥ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଅନୁଷ୍ଠାନର ଷଷ୍ଠ ଅର୍ଘ୍ୟ “ସୃଜନୀ” ପୁସ୍ତକ ଏବଂ ଆଇନଜୀବୀ ଗୋକୁଳ ପଣ୍ଡାଙ୍କ ରଚିତ ପୁସ୍ତକ “ଏ କବିତା ଲୋକଙ୍କର” ଅତିଥିଙ୍କ ଗହଣରେ ଉନ୍ମୋଚିତ ହୋଇଥିଲା l ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ନିମନ୍ତେ ଆଞ୍ଚଳିକ ସାହିତ୍ୟ ଅନୁଷ୍ଠାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ କୋଣ ଅନୁକୋଣରେ ଲୁକ୍କାୟିତ ହୋଇ ରହିଥିବା ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ବଳିଷ୍ଠ ପଦକ୍ଷେପ ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଅତିଥି ମାନେ ସାଧୁବାଦ୍ ଜ୍ଞାପନ କରିଥିଲେ l ଆଞ୍ଚଳିକ ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସରକାର କିଛି ଆର୍ଥିକ ଅନୁଦାନର ସହାୟତା ପ୍ରଦାନ କଲେ ସାହିତ୍ୟ ଅନୁଷ୍ଠାନ ସବୁବେଳପାଇଁ ବଞ୍ଚି ରହିବା ସହ ଓଡ଼ିଆ ଭାଷା ଓ ଅସ୍ମିତା ନିଜ ଶ୍ରେଷ୍ଟତ୍ୱ ବଜାୟ ରଖିପାରିବ l ଅନ୍ତର୍ଜାତୀୟ ନୃତ୍ୟ ଗୁରୁ ଅଳକା ସାହୁଙ୍କ ନୃତ୍ୟ ଗ୍ରୁପ୍ କୁନି କୁନି ଝିଅ କଳାକାରଙ୍କୁ ନେଇ ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୁଗ୍ଧ କରିଥିଲେ l ସରସ୍ବତୀ ଶିଶୁମନ୍ଦିର ମନ୍ଦିର ଛାତ୍ର ଅଙ୍କିତ ଆଚାର୍ଯ୍ୟ ମାଆ ପାଇଁ ଏକ ସୁନ୍ଦର ଏକାକୀ ନୃତ୍ୟ ପରିବେଷଣ କରିଥିଲେ l ଦ୍ଵିତୀୟ ଅଧିବେଶନରେ ୩୨ ଜଣ କବି କବୟିତ୍ରୀ କବିତା ଆସରରେ ଭାଗ ନେଇ ସ୍ୱରଚିତ କବିତା ପଠ କରି ମାନପତ୍ର ପ୍ରାପ୍ତ ହୋଇଥିଲେ l ସମାଜସେବା ପାଇଁ ସମାଜ ସେବୀ ତଥା ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦେବାଶିଷ ମିଶ୍ର, ଗଣମାଧ୍ୟମ ପ୍ରତିନିଧି ମାନଙ୍କ ନିରପେକ୍ଷ ସମ୍ବାଦ ପରିବେଷଣ ଏବଂ ସୁସ୍ଥ ସମାଜ ଗଠନ ଦିଗରେ ଉତ୍କୃଷ୍ଟ ସେବା ପାଇଁ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ରବୀନ୍ଦ୍ର ନାଥ ପଣ୍ଡା, ବସନ୍ତ କୁମାର ମହାରଣା,ସରୋଜ ସାମଲ କେ.ସତ୍ୟ ନାରାୟଣ ରେଡ୍ଡୀ, ସନ୍ତୋଷ କୁମାର ସାହୁ ଓ ଭଗବାନ ଦାଶ ସମ୍ମାନିତ ହୋଇଥିଲେ l ସୁଦୂର ଆନ୍ଧ୍ର ପ୍ରଦେଶରେ ଓଡ଼ିଆ ଭାଷା ଓ ଓଡ଼ିଆ ସାହିତ୍ୟକୁ ବଞ୍ଚେଇ ରଖିବାର ଅହରହ ପ୍ରଚେଷ୍ଠା ପାଇଁ ଉଷାରାଣୀ ପଣ୍ଡା, ଦୀପକ ପାଣିଗ୍ରାହୀ, ପ୍ରସନ୍ନ ପ୍ରଧାନ, ପିଣ୍ଟୁ ପ୍ରଧାନ, ସୁଦାମ ପ୍ରଧାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l ଗାଳ୍ପିକା ଡଃ. ଝରଣା ଶତପଥୀ, ଇନ୍ଦିରା ପାଣିଗ୍ରାହୀ, ମୋହନା, ନୀଳକଣ୍ଠେଶ୍ଵର ଦାଶ, ବ୍ରହ୍ମପୁର, ବିଶ୍ୱଜିତା ବରାଳ, ପୁରୀ ସାହିତ୍ୟ କୃତି ପଶିଣ ସମ୍ମାନିତ ହୋଇଥିଲେ l ରାଈ ରଞ୍ଜନ ନନ୍ଦ ଏବଂ ସାଗରୀକା ଆଚାର୍ଯ୍ୟ ମଞ୍ଚ ସଂଯୋଜନା ଏବଂ ସନ୍ତୋଷ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l


