ସେଓ୍ବାସ୍ତମ୍ଭ ଆନୁକୂଲ୍ୟରେ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଭାରତର ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଅଗ୍ରଣୀ ଅନୁଷ୍ଠାନ’ସେଓ୍ବାସ୍ତମ୍ଭ’ ଆନୁକୂଲ୍ୟରେ ସ୍ଥାନୀୟ ରାଇରଙ୍ଗପୁର ଛଉ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରାକ୍ତନ ଶିକ୍ଷକ ନେତା ଜଗତ ମାଝୀ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡର ଚିକିତ୍ସାଳୟର ମୁଖ୍ୟ ଡାକ୍ତର ସାଗର ନାଏକ , ମୁଖ୍ୟ ବକ୍ତା ଭାବେ ସେଓ୍ବାସ୍ତମ୍ଭର ଜାତୀୟ ସଚିବ ଅଧ୍ୟାପକ ବିଜୟ ରାମ, ସମ୍ମାନିତ ଅତିଥି କୁସୁମି ବିଡ଼ିଓ ଶ୍ରୀଯୁକ୍ତ ଲକ୍ଷ୍ମଣ ସୋରେନ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନାରାନ ମୁର୍ମୁ,ଆଡଭୋକେଟ ଦୁଷ୍ମନ୍ତ ବସା, ଉପଖଣ୍ଡ ସୂଚନା ବିଭାଗ କର୍ମଚାରୀ ପ୍ରଫୁଲ୍ଲ ସାହୁ, ପ୍ରଧାନ ଶିକ୍ଷକ ଗୋପାଳକୃଷ୍ଣ ମହାନ୍ତି ପ୍ରମୁଖ ଯୋଗଦେଇ ଯୋଗଜନ୍ମା ତଥା ଭାରତର ସୁଯୋଗ୍ୟ ସନ୍ତାନ ଆମ୍ବେଦକରଙ୍କ ଜୀବନଚର୍ଯ୍ୟI ଉପରେ ଆଲୋକପାତ କରିଥିଲେ । ସାଂପ୍ରତିକ ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ବାବା ସାହେବଙ୍କ ସମ୍ବିଧାନରେ ଲେଖିଥିବା ଧାରାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ଯାହାଫଳରେ ଯୋଗ୍ୟ ହିତାଧିକାରୀ ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି । ଜୟନ୍ତୀ ଅବସରରେ ପୂର୍ବରୁ ଆୟୋଜନ କରାଯାଇଥିବା ବାବା ସାହେବଙ୍କ ସମ୍ବନ୍ଧରେ ଲେଖନୀ, ବକ୍ତୃତା, ସଂଗୀତ, ଚିତ୍ରାଙ୍କନ ଉପରେ ହୋଇଥିବା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ସାଗ୍ରାମ ଟୁଡୁ,ବିଭୂତି ପାତ୍ର, ମାଝୀ,ଦୁଃଖୀ ଶ୍ୟାମ ଟୁଡୁ,ଅରବିନ୍ଦ ବାଗେଡିଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଯୋଗେଶ୍ଵର ଚାତାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ