ସେକ୍ସ ରାକେଟ୍ ଠାବ, ୫ ଗିରଫ,ମହୁମାଛି ଉଦ୍ଧାର

ଯାଜପୁର ,(ଯୁଗାବ୍ଦ ନ୍ୟୁଜ୍) : ଯାଜପୁର ଜିଲ୍ଲା ପୋଲିସକୁ ମିଳିଛି ବଡ ଧରଣର ସଫଳତା । ଗତକାଲି ଜାରକା ନିକଟସ୍ଥ କୁମାରୀ ଠାରେ ଏକ ଘରେ ପୋଲିସ ଟିମ୍ ଚଢାଉ କରି ଜଣେ ରାଣୀ ମହୁ ମାଛିକୁ ଉଦ୍ଧାର କରିବା ସହ ୫ ଜଣକୁ ଗିରଫ କରିଥିବା ଜଣାପଡିଛି । ଗିରଫ ପାଞ୍ଚ ଜଣଙ୍କ ମଧ୍ୟରେ ଦୁଇ ଜଣ ରବିନ୍ଦ୍ର ସାହୁ ଓ ବଳରାମ ସାହୁ ଦଲାଲ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗ୍ରାହକ ସୈାମ୍ୟଶ୍ରୀ ଜେନା , ମହେନ୍ଦ୍ର ମଲ୍ଲିକ, ଲିପୁ ମଲ୍ଲିକ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ୁ ଧର୍ମଶାଳା ପୋଲିସ ବିଶ୍ୱସ୍ଥ ସୁତରୁ ଖବର ପାଇ ଜାରକା ନିକଟସ୍ଥ କୁମାରୀ ଠାରେ ଏକ ଭଡା ଘରେ ଚଢାଉ କରି ଘଟଣା ସ୍ଥଳରୁ ୫ ଜଣଙ୍କୁ ଗିରଫ କରିବା ସହ ମହୁମାଛିକୁ ଉଦ୍ଧାର କରିବା ସହ ସେମାନଙ୍କ ଠାରୁ ଗୋଟିଏ କାର . ୩ ଟି ବାଇକ ,୭ ଗୋଟି ମୋବାଇଲ ଜବତ କରିବା ସହ ବିଭିନ୍ନ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି । ରାଣୀ ମହୁମାଛି ଜଣକ ବିଛାଖଣ୍ଡି ଅଂଚଳର ବୋଲି ଜଣାପଡିଛି । ସେମାନଙ୍କୁ ପୋଲିସ ସୋମବାର କୋର୍ଟ ଚାଲାଣ କରିବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ