ସେକ୍ସ ରାକେଟ ଠାବ ଅନୈତିକ କାରବାରରେ ସଂପୃକ୍ତ ଥିବା ଜଣେ ମହିଳାଙ୍କ ସହ ୪ ଅଭିଯୁକ୍ତ ଗିରଫ
ଜୟପୁର, (ହେମନ୍ତ ପାଣଗ୍ରାହୀ) : ଜୟପୁର ସଦର ଥାନା ଅନ୍ତର୍ଗତ ବଙ୍ଗଳାବଡ ର ଏକ ଘର ଭିତରେ ଅନୈତିକ ସେକ୍ସ୍ କାର୍ଯ୍ୟ ଚାଲୁଥିବା ବେଳେ ସଦର ପୋଲିସ ଚଢାଉ କରିଥଲେ । ଚଢାଉ ରେ ଜଣେ ମହିଳା ଅଭିଯୁକ୍ତ ସହ ୪ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ପଶ୍ଚିମବଙ୍ଗର ରବିନ୍ଦ୍ର ନାଥ ମଣ୍ଡଳ (୩୪), କୁନ୍ଦୁରା ଥାନା ଘିଉରିଗାଗୁଡା ମାନସିଂ ଘିଉରିଆ (୩୩), ମାଲକାନଗିରି ଜିଲ୍ଲା ଏମଭି ୭୯ର ବିଲୁ ସଗରିଆ (୩୪) ଓ ଜଣେ ମହିଳା ଅଭିଯୁକ୍ତ ରହିଛନ୍ତି। ପୋଲିସ ସୁଚନା ଅନୁଯାୟୀ ଗତ କିଛି ଦିନ ରାତ୍ର ରେ ଜୟପୁର ସଦର ପୋଲିସ କଳାଗୁଡା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସେହି ସମୟରେ ବଙ୍ଗଳାବାଡରେ ଅନୈତିକ କାଯ୍ୟ ଚାଲୁଥିବା ପୋଲିସ ଏକ ବିଶେଷ ସୁତ୍ରରୁ ସୁଚନା ପାଇ ଚଢାଉ କରିଥିଲା । ଚଢାଉରେ ପୋଲିସ ଜଣେ ମହିଳା ଙ୍କ ସହ ୩ ଗରାଖକୁ ଗିରଫ କରିଛି । ସେମାନଙ୍କ ଠାରୁ ବ୍ୟବହୁତ ଓ ଅବ୍ୟବହୃତ ଆପତ୍ତି ଜନକ ଜିନିଷ , ଔଷଧ, ୫ଟି ସ୍ମାର୍ଟ ଫୋନ, ୨୯ ଶହ ଟଙ୍କା,ଏଟିଏମ୍ କାର୍ଡ ଜବତ କରିଛି। ୬୦/୨୫ ରେ ମାମଲା ରୁଜୁ କରି ୪ ଅଭିଯୁକ୍ତ କୁ ଗିରଫ କରି ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରାଯାଇଥିବା ବିଷୟରେ ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ଗଣମାଧ୍ୟମକୁ ସୁଚନା ଦେଇଛନ୍ତି ।