ସେକ୍ସ ର୍ୟାକେଟ୍ କୁ ଠାବ କଲା ଛତ୍ରପୁର ପୁଲିସ
ଛତ୍ରପୁର: କୈାଣସି ସୂତ୍ରରୁ ଖବର ପାଇଁ ଛତ୍ରପୁର ପୁଲିସ ଏକ ସେକ୍ସ ର୍ୟାକେଟକୁ ଠାବ କରିଛି । ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅନ୍ତର୍ଗତ ଜୟଦୁର୍ଗନଗର ସାହିର ଦୁଇମହଲା କୋଠାରେ ଚାଲୁଥିବା ସେକ୍ସ ର୍ୟାକେଟ୍ ଉପରେ ଛତ୍ରପୁର ପୁଲିସ ଅଚାନକ ଚଢଉ କରିଥିଲେ । ସେହି କୋଠାରେ ତିନିଜଣ ଯୁବକଙ୍କ ସମେତ ଜଣେ ଯୁବତୀ ରହିଥିଲେ । ଏଠାରେ ବହୁ ଦିନ ଧରି ସେକ୍ସ ର୍ୟାକେଟ ଚାଲୁରହିଥିଲା । ବହୁ ଦେହବ୍ୟବସାୟୀ ମାନେ ଆସି ଏହି କାର୍ଯ୍ୟରେ ଲିପ୍ତ ରହୁଥିଲେ । ହଠାତ୍ କୈାଣସି ପ୍ରକାରେ ସୂଚନା ପାଇ ଚଢଉ କରି ଉପସ୍ଥିତ ଥିବା ୩ଜଣ ଯୁବକ ଏବଂ ଜଣେ ଯୁବତୀ ଧରିଥିଲ। ଥାନାକୁ ଆଣି ସେମାନଙ୍କ ଖୋଳତାଳ କରିଥିଲ। ଯୁବତୀ ଜଣଙ୍କ ଅନ୍ୟ ଏକ ଜିଲ୍ଲାର ଜଣାପଡିଥିଲ। । ଏନେଇ ଛତ୍ରପୁର ପୁଲିସ ଏକ ମାମଲା ରୁଜୁ କରିଛି ।