ସେକ ଅମୀର ଅହେମ୍ମଦ କେନ୍ଦ୍ରାପଡା ନଗର କଂଗ୍ରେସ ସଭାପତି ନିଯୁକ୍ତ
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ):ଯୁବନେତା ସେକ ଅମୀର ଅହେମ୍ମଦଙ୍କୁ କେନ୍ଦ୍ରାପଡା ନଗର କଂଗ୍ରେସର ସଭାପତି ଭାବେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ. ସ୍ମୃତିରଞ୍ଜନ ଲେଙ୍କା ନିଯୁକ୍ତି ପ୍ରଦାନ କରିଥିବା ଜଣାପଡିଛି । ଏଭଳି ଏକ ମହତ୍ୱପୂର୍ଣ୍ଣ ଦାୟୀତ୍ୱ ତାଙ୍କ ଉପରେ ନ୍ୟସ୍ତ କରାଯାଇଥିବାରୁ ସେ ସେହି ଦାୟୀତ୍ୱ ନିଷ୍ଠାର ସହ ସମ୍ପାଦନ କରିବେ ବୋଲି କହିଛନ୍ତି ଅମୀର । ଏଥିପାଇଁ ସେ ସମସ୍ତଙ୍କ ସାହାଯ୍ୟ ଓ ଆଶିର୍ବାଦ କାମନା କରିଛନ୍ତି । ଏହି ନିଯୁକ୍ତି ପାଇଁ ଅମୀର ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପୂର୍ବତନ ପୋର କାଉନସିଲର ହିବଜୁର ରହେମାନ, ଜିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ରାଜ୍ୟ ଯୁବ କଂଗ୍ରେସ ସଭାପତି ଡଃ. ଲେଙ୍କା, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସତ୍ୟପ୍ରିୟ ସାମଲ, ବିଧାନସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ଜିଲ୍ଲା ସାଧାରଣ ସମ୍ପାଦକ ସମ୍ବିତ ଶ୍ରୀଚନ୍ଦନ ଓ ଅଭିଷେକ ବିଶ୍ୱାଳ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।


