ସେଞ୍ଚୁରିଅନ୍ ବିଶ୍ୱ ବିଦ୍ୟାଳୟର ସ୍କୁଲ ଅଫ ଏଗ୍ରିକଲଚରର ଛାତ୍ରଛାତ୍ରୀଙ୍କ କୃଷି ସଚେତନତା କାର୍ଯ୍ୟକ୍ରମ 

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସେଞ୍ଚୁରିଅନ୍ ବିଶ୍ୱ ବିଦ୍ୟାଳୟର ଏମ୍‌.ଏସ୍‌. ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚର୍ ସାଇନ୍ସର ଛାତ୍ରଛାତ୍ରୀଙ୍କ ପକ୍ଷରୁ କୃଷି ସଚେତନତା କାର୍ଯ୍ୟକ୍ରମ ଏବଂ ‘ପଞ୍ଚଗବ୍ୟ’ ପ୍ରସ୍ତୁତିର ପ୍ରଣାଳୀ ଓ ଉପଯୋଗିତା ସଂକ୍ରାନ୍ତରେ ସଚେତନତା କରୁଥିବାର ଦେଖିବାକୁ ମିଳିଛି । ଭାରତୀୟ କୃଷି ଗବେଷଣା ଦ୍ୱାରା ପ୍ରାୟୋଜିତ ରାୱେବ୍ କାର୍ଯ୍ୟକ୍ରମ ମାଧ୍ୟମରେ ସାଂପ୍ରତିକ ସ୍ଥିତିରେ ପଞ୍ଚଗବ୍ୟର ପ୍ରସ୍ତୁତି ଓ କାଣ୍ଡବିନ୍ଧା ପୋକ ଚିହ୍ନଟ ଏବଂ ଏହାର ନିରାକରଣ ସମ୍ପର୍କରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବିଭିନ୍ନ ଗ୍ରାମର ଚାଷୀଙ୍କୁ ସଚେତନ କରାଯାଇଥିଲା । ସେହିପରି ମାଟିର ଉର୍ବରତା ବୃଦ୍ଧି,ଜୈବିକ ସାର ପ୍ରୟୋଗ ଆଦି ଉପରେ ମଧ୍ୟ ବୁଝାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଏମ୍‌.ଏସ୍‌. ସ୍ୱାମୀନାଥନ ସ୍କୁଲ ଅଫ ଏଗ୍ରିକଲଚରର ଛାତ୍ରୀ ପ୍ରତ୍ୟୁଷା ଗନ୍ତାୟତଙ୍କ ନେତୃତ୍ୱରେ ହୋଇଥିବା ବେଳେ ବହୁ କୃଷକ ତଥା ଗ୍ରାମବାସୀ ଉପସ୍ଥିତ ରହି କୃଷି ସମ୍ବନ୍ଧୀୟ ସଚେତିତ ହୋଇଥିଲେ । ସୂଚନା ଯୋଗ୍ୟ ଯେ, ଉଲ୍ଲେଖିତ ସ୍କୁଲ ଅଫ ଏଗ୍ରିକଲଚରର ଛାତ୍ରଛାତ୍ରୀ ମାନେ ଜିଲ୍ଲା ତଥା ଜିଲ୍ଲା ବାହାରକୁ ଯାଇ ମଧ୍ୟ ଏପରି ସଚେତନତା କରୁଥିବାର ଜଣାପଡିଛି । ଏହି ଛାତ୍ରଛାତ୍ରୀମାନେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ ବୁରପଡା ଗ୍ରାମ, ଝାରସୁଗୁଡା ଜିଲ୍ଲା ତଥା ବାମରା, ସାଲେଟ୍ରିକା ଗ୍ରାମକୁ ଯାଇ ମଧ୍ୟ ସଚେତନତା କରିଥିବାର ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ