ସେଞ୍ଚୁରିଅନ ବିଶ୍ଵ ବିଦ୍ୟାଳୟର ଚୁକ୍ତିନାମା ସ୍ବାକ୍ଷର ନେଇ ସାମ୍ବାଦିକ ସମ୍ମିଳନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତିରୁ ଗେଭନ ମିଶନ ଆରମ୍ଭ କରିଛି ସେଞ୍ଚୁରିଆନ ଇନୋଭରସିଟି, ବୈଦେଶିକ ମନ୍ତ୍ରାଳୟର ସହଯୋଗରେ ସୁଦୁର ଆଫ୍ରିକାର ଗେଭୋନ ପ୍ରଦେଶର କୃଷିଭିତ୍ତିକ ଜ୍ଞାନକୌଶଳ ସହାୟତା ଯୋଗାଇଦେବ ଭାରତ , ଜାହାର ଭିତ୍ତିଭୂମି ପକାଈବ ଗଜପତିର ସେଞ୍ଚୁରିଆନ ୟୁନିଭରସିଟିର କୃଷି ବିଭାଗ। ଏନେଇ ଆଫ୍ରିକା ସରକାରଙ୍କ ଏକ ପ୍ରତନିଧି ଦଳ ସେଞ୍ଚୁରିଆନ ୟୁନିଭରସିଟିର ଗସ୍ତ କରିଥିବା ବେଳେ ଉଭୟ ପକ୍ଷରୁ ପାଞ୍ଚ ବର୍ଷ ନିମନ୍ତେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ସେଞ୍ଚୁରିଆନ ୟୁନିଭରସିଟି ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୁଚନା ଦେଇଛନ୍ତି ବିଶ୍ବବିଦ୍ୟାଳୟର ଅଧ୍ୟକ୍ଷ ଡିଏନ୍ ରାଓ , ଆଫ୍ରିକା ମହାଦେଶର ଗେଭୋନ ପ୍ରଦେଶର ୯ ହଜାର ହେକ୍ଟର ପରିମିତ ଅଞ୍ଚଳରେ କୁଷି ଭିତ୍ତିକ କାର୍ଯ୍ୟ ଆରମ୍ଭ ହେବ, ଏଥିରେ ସମସ୍ତ ପ୍ରକାର ଜ୍ଞାନ କୌଶଳ, କୃଷି ସରଞ୍ଜାମ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ, ପ୍ରଥମ ପର୍ଯ୍ୟାୟରେ ୧୫ ଜଣ କୃଷି ଛାତ୍ର, ୫ ଜଣ ଇଞ୍ଜିନିୟର , ୫ ଜଣ ପ୍ରଶିକ୍ଷକ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି । ବିଦେସରେ ଭାରତ ପକ୍ଷରୁ କୃଷିର ବିକାଶ ନିମନ୍ତେ ଅଗ୍ରଣୀ ଭୂମିକା ନେଇଥବାରୁ ନିଜକୁ ଧନ୍ୟ ମନେ କରୁଛନ୍ତି ୟୁନିଭରସିଟି କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ଆଫ୍ରିକାରେ ଜମିର ଅଭାବ ନାହିଁ ଅନୁକୁଳ ପରିବେଶ ମଧ୍ୟ ରହିଛି ତଥାପି ଆଜିବି ଶତକଡା ୯୦ ପ୍ରତିଶତ ଖାଦ୍ୟ ସାମଗ୍ରୀ ବାହାର ଦେଶରୁ ଆମଦାନୀ ହେଉଛି ଆଫ୍ରିକାକୁ ତେବେ ଭାରତ ସରକାରଙ୍କ ଏଭଳି ସହଯୋଗ ପାଇଲେ କୃଷି ଉତ୍ପାଦନ ବୃଦ୍ଧି ପାଇବା ସହ ଶତକଡା ୩୦ ପ୍ରତିଶତ ଆମଦାନୀ ହ୍ରାସ ପାଇବା ଆଶା ରଖିଥିବା କହିଛନ୍ତି ଆଫ୍ରିକାର ପ୍ରତିନିଧି ମାନେ।


