ସେଞ୍ଚୁରିଅନ ୟୁନିଭେରସିଟିରେ ପ୍ରଥମ ଆନ୍ତର୍ଜାତୀୟ ଜିଆଇଏସ୍ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ସେଞ୍ଚୁରିଅନ୍ ୟୁନିଭେରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ପାରଳାଖେମୁଣ୍ଡି ଠାରେ ପ୍ରଥମ ଆନ୍ତର୍ଜାତୀୟ ଜିଆଇଏସ୍ ଦିବସ ହାଇବ୍ରିଡ୍ ପୋଷ୍ଟର ଉପସ୍ଥାପନା ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଏବଂ ସେଣ୍ଟର ଫର ଡାଟା ସାଇନ୍ସ ଦ୍ୱାରା ଆୟୋଜିତ ହୋଇଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏହି ବର୍ଷ ଭାରତର ୬୦ଟି ବିଶ୍ୱ ବିଦ୍ୟାଳୟ ମଧ୍ୟରୁ ଓଡିଶାର ସେଞ୍ଚୁରିଅନ୍ ୟୁନିଭରସିଟି ଏକମାତ୍ର ବିଶ୍ୱବିଦ୍ୟାଳୟ ଦ୍ୱାରା ଜିଆଇଏସ୍ ଦିବସ ଇଭେଣ୍ଟ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଳ ଉତ୍ସ ପରିଚାଳନା, ସହରୀ ଯୋଜନା, ପରିବେଶ, ପରିଚାଳନା, ବିପର୍ଯ୍ୟୟ ପରିଚାଳନା ଏବଂ ପ୍ରତିଛବି ପ୍ରକ୍ରିୟାକରଣ ପାଇଁ ଭୌଗଳିକ ସୂଚନା ପ୍ରଣାଳୀ (ଜିଆଇଏସ୍) ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ମେସିନ୍ ଲର୍ନିଂର ପ୍ରୟୋଗକୁ ବୟଷିକ ଆଲୋଚା ଏବଂ ପୋଷ୍ଟର ଉପସ୍ଥାପନା କରାଯାଇଥିଲା । ସମଗ୍ର ବିଶ୍ୱରେ ପ୍ରାୟ ୩୦୦ରୁ ଅଧିକ ଆଂଶଗ୍ରହଣକାରୀ ଏହି କାର୍ଯ୍ୟକ୍ରମେ ଅଂଶଗ୍ରହଣ କରିଥିଲେ । ଜାତୀୟ ଏବଂ ଆନ୍ତର୍ଜାତୀୟସ୍ତରରୁ ସମୁଦାୟ ୨୦୦ଟି ପଞ୍ଜିକରଣ ପ୍ରାପ୍ତ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ୫୮ଟି ବିସ୍ତୃତ ହାଇବ୍ରିଡ୍ ପୋଷ୍ଟର ଉପସ୍ଥାପନା ପାଇଁ ଚୟନ କରାଯାଇଥିଲା । ଏଥିସହ, ଏହି କାର୍ଯ୍ୟକ୍ରମରେ “ଲ୍ୟାଣ୍ଡସ୍ଲାଇଡ ମ୍ୟାପିଂ ଆଣ୍ଡ ମୋନିଟରିଙ୍ଗ” ଉପରେ ରୁର୍କ୍ରିର ସିବିଆର୍ଆଇ ମୁଖ୍ୟ ବୌଜ୍ଞାନିକ ଡ. ଡି.ପି.କାନୁନଗୋ ଉପସ୍ଥାପନା କରିଥିଲେ । ଇଣ୍ଡିଆ ଏବଂ ୟୁଏସ୍ଏର ପ୍ରତିନିଧି ଯୋଶେଫ ଜେ. କେର୍ଶିକି ଏବଂ ମୟୁରୀ ଭଟ୍ଟାଚାର୍ଯ୍ୟା ଯଥାକ୍ରମେ ଜିଆଇଏସ୍ର ସମ୍ଭାବନା, ଛାତ୍ର ତଥା ଅଧ୍ୟାପକମାନଙ୍କ କ୍ୟାରିୟରର ସୁଯୋଗ ଏବଂ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ସମାଜକୁ ଏକ ମହତ୍ ବାର୍ତା ଦେଇଥିଲେ ଯାହା ସ୍ଥାନୀୟ ସମାଜର ଜୀବନଶୌଳୀରେ ଉନ୍ନତି ଆଣିବା ପାଇଁ ଆମ ସମାଜରେ ଏକ ଜିଆଇଏସ୍ କେନ୍ଦ୍ରିତ ସଂସ୍କୃତି ଗଠନ କରିବ । ପ୍ରଫେସର ଶୋଭାନ ସଙ୍କଳ୍ପଙ୍କ ସ୍ୱାଗତ ଭାଷଣ ସହିତ ରେଜିଷ୍ଟ୍ରାର ଡ.ଅନୀତା ପାତ୍ର, ଡ. ପି.କେ. ମହାନ୍ତି, ଡ. ଏ.ଆର୍. ଦାସ, ଡ. ଏସ୍ପି ନନ୍ଦ, ଡ. ଅଶୋକ କୁମାର ମିଶ୍ର, ଡ. ସୁଜାତା ଚକ୍ରବର୍ତ୍ତୀ ଏବଂ ସଂଯୋଜକ ଡ. ପ୍ରଫୁଲ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଉଦ୍ଘାଟନ କରାଯାଇଥିଲା । ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସବାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପ-ସଭାପତି ପ୍ରଫେସର ଡି.ଏନ୍.ରାଓ ଏବଂ ଉପକୂଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ଏହି ନିଦ୍ଧିଷ୍ଟ ଦିନରେ ଏହିପରି ଏକ ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ଯୋଜନା ପାଇଁ ଆୟୋଜକ ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।