ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟରେ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ ଉଦ୍ଘାଟିତ
(ଯୁଗାବ୍ଦ ନ୍ୟୁଜ୍)ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟରେ ପ୍ଲାଷ୍ଟିକ ମୁକ୍ତ କ୍ୟାମ୍ପସ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲାର ଅତିରିକ୍ତ ଜିଲାପାଳ ସ୍ୱଧା ଦେବ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ନିମନ୍ତ୍ରିତ ଅତିଥି ରୂପେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ ପ୍ଲାଷ୍ଟିକ ବର୍ଜନ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରିତ କରିଥିଲେ । ଅନ୍ୟତମ ଅତିଥି ଭାବେ ନେହେରୁ ଯୁବ କେନ୍ଦ୍ର ସଂଗଠନର ଜିଲା ସଂଯୋଜକ ବିଜୟ କୁମାର ମହାପାତ୍ର ଯୋଗଦାନ କରି ପ୍ଲାଷ୍ଟିକର ଅପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶ୍ୱ ବିଦ୍ୟାଳୟର ରେଜିଷ୍ଟ୍ରାର ଡ.ଅନୀତା ପାତ୍ର, ଡେପୁଟି ରେଜିଷ୍ଟ୍ରାର ସନ୍ଦିପନ ପାଇନ, ଡିନ୍ ଡ. ଏସ୍.ପି. ନନ୍ଦ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ । ଛାତ୍ର କଲ୍ୟାଣ ଡିନ୍ ଡ.ସୁଶାନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।