ସେଞ୍ଚୁରିୟନ ପବ୍ଲିକ ସ୍କୁରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଶୁଭେଚ୍ଛା ଓ ଶୁଭକାମନା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ସେଞ୍ଚୁରିୟନ ପବି୍ଲକ ସ୍କୁଲ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷା ପାଇଁ ଶୁଭେଚ୍ଛା ଓ ଆଗାମୀ ଭବିଷ୍ୟତ ଆରମ୍ଭ ପାଇଁ ଶୁଭକାମନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟର ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପ୍ରାୟ ୨୦୦ ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶ୍ୱ ବିଦ୍ୟାଳୟର ପ୍ରଶାସନ ନିର୍ଦ୍ଦେଶକ ଡ. ଦୁୁର୍ଗା ପ୍ରସାଦ ପାଢୀ, ସମ୍ମାନୀୟ ଅତିଥି ବାବେ ଡ. ଏସ୍.ପି.ନନ୍ଦ, ବିଦ୍ୟାଳୟର ଅଧ୍ୟକ୍ଷା ସୁନୀତା ପାଣିଗ୍ରାହୀ, ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର, ସହ ନିର୍ଦ୍ଦେଶକ ପ୍ରଦୀପ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତେ ଛାତ୍ରଛାତ୍ରୀ ମାନଙ୍କୁ ଭଲପାଠ ପଢି ସୁମଣିଷ ହୋଇ ସମାଜର ଉନ୍ନତି ମୂଳକ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଉତ୍ସାହିତ କରିବା ସହ ଭଲ ମଣିଷ ହୋଇ ନିଜର ସୁନାମ ଏବଂ ପିତାମାତା, ଗୁରୁଜନ ଓ ବିଦ୍ୟାଳୟକୁ ଗର୍ବିତ କରାଅ ବୋଲି ଉପଦେଶ ଦେଇଥିଲେ । ଏହି ଅବସରରେ ପବ୍ଲିକ ସ୍କୁଲରେ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମ ତଥା ସଙ୍ଗୀତ, ନୃତ୍ୟ, ନାଟକ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କୁ କୌତୁକିଆ ଖେଳର ପରିବେଷଣ କରିଥିଲେ । ଶିକ୍ଷକ ଶିକ୍ଷୟତ୍ରୀମାନେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ପରୀକ୍ଷା ପାଇଁ କିପରି ପ୍ରସ୍ତୁତ କରିବେ ସେନେଇ ଉପଦେଶ ଦେଇଥିଲେ ।


