ସେଞ୍ଜୁରିଆନ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା ) : ପାରଳାଖେମୁଣ୍ଡିସ୍ଥିତ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ବିଟସ ୱାଇଜାନ , ପେରପେଚୁଆଲ ବିଶ୍ୱବିଦ୍ୟାଳୟ ଫିଲିପାଇନସ ଏବଂ କାଜିରଙ୍ଗା ବିଶ୍ୱବିଦଦ୍ୟାଳୟ ଆସାମର ସହେଯାଗିତାରେ ୩ ଦିନିଆ ୪ର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ମାନେ ଦ୍ୱୀପ ପ୍ରଜ୍ୱଳନ କରି ସମ୍ମିଳନୀକୁ ଉଦଘାଟନ କରିଥିଲେ । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଶୋକ ମିଶ୍ର ସ୍ୱାଗତ ଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ପ୍ରଫେସର କେ.ଭି.ଆର ଚାରି ନିର୍ଦ୍ଦେଶିକ ଆଇ.ଆଇ.ଏସ.ଇ.ଆର ବ୍ରହ୍ମପୁର ଯୋଗଦେଇଥିଲେ । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁପ୍ରିୟା ପଟ୍ଟନାୟକ “ଶିଳ୍ପ ୪.୦ ” ଉପରେ ମତଦାନ କରିଥିଲେ । ପ୍ରଫେସର ଜି.ଏସ.ଏନ.ରାଜୁ କୁଳପତି , ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଆନ୍ଧ୍ରପ୍ରଦେଶ ଶିକ୍ଷା ଓ ଗବେଷଣା ଉପରେ ଧୈର୍ଯ୍ୟ ଓ ନିଷ୍ଠାର ସହ ଲକ୍ଷ୍ୟ ପଥରେ ଆଗେଇ ଯିବାପାଇଁ ଯୁବ ସମାଜକୁ ପ୍ରେରଣା ଦେବାସହ ସମ୍ମିଳନୀର ସଭାପତି ପ୍ରଫେସର ସି.ଭି. ଗୋପିନାଥ ଓ ଅଧ୍ୟକ୍ଷ , ବିଟସ , ୱାଇଜାକ ସଭାପତି ପ୍ରଫେସର ସି.ଭି ଗୋପିନାଥ ୱାଇଜନ ଦୀର୍ଘ ୭ ବର୍ଷର ଯାତ୍ରା ବିଷୟରେ ସହ ବିବରଣୀ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥୀ ଭାବରେ ଯୋଗଦେଇ ପ୍ରଫେସର ଏମ.ମାମୁନ , ହବିବ ବାଲଦେଶ , ଶ୍ରୀଯୁକ୍ତ ଏସ. ଋାମସ୍ୱାମୀ ବେଙ୍ଗାଲୁରୁ ଓ ଅନ୍ୟ ଦେଶର ବହୁ ବିଶିଷ୍ଟ ଅତିଥି ଯୋଗ ଦେଇଥିଲେ । ଅତିଥୀ ମାନଙ୍କ ଦ୍ୱାରା ସମ୍ମିଳନୀ ପୁସ୍ତକ ଉନ୍ମୋଚନା କରାଯାଇଥିଲା । ଉଦଘାଟନୀ ଉତ୍ସାବରେ ସମ୍ମିଳନୀର ଅବାହକ ଓ ଅଧ୍ୟକ୍ଷ ସ୍କୁଲ ଅଫ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ପ୍ରଫେସର ପି.ଏସ. ରାଓ ସମସ୍ତ ମଞ୍ଚାସୀନ ଅତିଥୀ ଏବଂ ପ୍ରତିଯୋଗୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସମ୍ମିଳନୀକୁ ସୁଚାରୁ ରୁପେ ଆଗେଇ ଯିବାକୁ ଆଶା ବ୍ୟକ୍ତ କରିଛନ୍ତି ।


