ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବହୁମୁଖୀ ଋଣ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) : ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ବହୁମୁଖୀ ଋଣ ଶିବିର ସ୍ଥାନୀୟ ହୋଟେଲ ମାଆ ଇଣ୍ଟରନ୍ୟାସନାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କର କ୍ଷେତ୍ରିୟ ପ୍ରବନ୍ଧକ ପ୍ରଦୀପ କୁମାର ସାମନ୍ତରାୟ, ଋଣ ବିଭାଗ ମୁଖ୍ୟ ପ୍ରବନ୍ଧକ ସନ୍ଦୀପ ସତପଥୀ, ବାଲେଶ୍ୱର ଶାଖା ପ୍ରବନ୍ଧକ ସନ୍ତୋଷ କୁମାର ପ୍ରମୁଖ ଏଥିରେ ଯୋଗଦେଇ ବିଭିନ୍ନ ଯୋଜନାରେ ପ୍ରଦାନ କରାଯାଉଥିବା ଋଣ ଓ ରିଆତି ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ନେଉଥିବା ଋଣର ସୁବିନିଯୋଗ ଉପରେ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ୨୨ ଜଣ ହିତାଧିକାରୀଙ୍କୁ ୧୩ କୋଟି ଟଙ୍କାର ଋଣ ।