ସେଣ୍ଟ ଜାଭିୟର୍ସ ସିନିଅର ସେକେଣ୍ଡାରୀ ସ୍କୁଲର ବାର୍ଷିକ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ରୋଡ଼ସ୍ଥିତ ସେଣ୍ଟ ଜାଭିୟର୍ସ ସିନିଅର ସେକେଣ୍ଡାରୀ ସ୍କୁଲର ଦଶମ ବାର୍ଷିକ ଉତ୍ସବ ‘ଅରହାନ-୨୦୨୨’ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟସ୍ତରୀୟ ଉତ୍ସବର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ ଦୃଷ୍ଟିରେ ରଖି ଶିକ୍ଷାଦାନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ । ଦୈନିକ ଓଡ଼ିଆ ଖବର କାଗଜ ‘ସମାଜ’ର ଉତ୍ତର ଓଡ଼ିଶା ସଂସ୍କରଣ ବ୍ୟୁରୋ ମୁଖ୍ୟ କୁଳମଣି ବାରିକ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାଦାନ ଓ ସଫଳତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଆୟୁର୍ବେଦ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ଶାନ୍ତନୁ ଦାସ ଏଥିରେ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ପ୍ରଦୀପ ଦୟାନିଧି ଜେନା ଏଥିରେ ସ୍ୱାଗତ ଅଭିଭାଷଣ ସହ ସେଣ୍ଟ ଜାଭିୟର୍ସ ସିନିଅର ସେକେଣ୍ଡାରୀ ସ୍କୁଲର ଶିକ୍ଷାଦାନ ଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଦାସ ଏଥିରେ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚେୟାରମ୍ୟାନଙ୍କ ପିତା ଦୟାନିଧି ଜେନା, ବିଦ୍ୟାଳୟ ଟ୍ରଷ୍ଟି ରାଜେନ୍ଦ୍ର କୁମାର ଜେନା, ପରିଚାଳନା ସମିତି ସଦସ୍ୟ ରମେଶ ଚନ୍ଦ୍ର ଦାସ ପ୍ରମୁଖ ଏହି ଉତ୍ସବରେ ମଞ୍ଚାସୀନ ଥିଲେ । ବିଦ୍ୟାଳୟର ଶିକ୍ଷୟତ୍ରୀ ରୁବିନା ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶୋଭା କାପୁର ମଂଚ ପରିଚାଳନା କରିଥିଲେ । ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ଏହି ଉତ୍ସବରେ ପୁରସ୍କୃତ କରାଯାଇଥିଲା । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସ୍କୁଲର ଭାଇସ ପ୍ରିନସିପାଲ କୃଷ୍ଣକାନ୍ତ ରଣାଙ୍କ ସମେତ କମଳ ଲୋଚନ ରଣା, ରାମଚନ୍ଦ୍ର ଜେନା, ଇଭାରାଣୀ ଦେ, ସାଇ ରଞ୍ଜନ ଦାସ, ମୀନାକ୍ଷୀ ପଣ୍ଡା ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ ।