ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିବେକାନନ୍ଦ ଜୟନ୍ତୀ ପାଳିତ 

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ଚଣ୍ଡିଆ ବିରଞ୍ଚିପୁର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ବିବେକାନନ୍ଦ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ଆନନ୍ଦପୁର ଏବିଇଓ ଚତୁର୍ଭୁଜ ପହି, ସମ୍ମାନୀତ ଅତିଥିଭାବେ ଶିକ୍ଷାବିତ ପ୍ରଫୁଲ କୁମାର ଜେନା, ସାମ୍ବାଦିକ ଗୋପାଳକୃଷ୍ଣ ରାଉତ ପ୍ରମୁଖ ଯୋଗଦେଇ ଆଜିର ସମାଜରେ ମହାପୁରୁଷ ମାନଙ୍କର କେବଳ ଜୟନ୍ତୀ କି ଶ୍ରାଦ୍ଧବାର୍ଷିକ ପାଳନ କରିଦେଲେ ହେବ ନାହିଁ ବରଂ ସେମାନଙ୍କର ନୀତି ଆଦର୍ଶ ଓ ଶୃଙ୍ଖଳାକୁ ପାଥେୟ କରି ନିଜକୁ ଗଢ଼ି ତୋଳିବାପାଇଁ ପିଲାମାନଙ୍କୁ ନିଜ ନିଜର ବକ୍ତ୍ୟବରେ ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଶିକ୍ଷକ ରାଜେଶ କୁମାର ବେହେରା, ବିଜୟ କୁମାର ପହିଙ୍କ ତତ୍ୱାବଧାନରେ ଭାରତୀୟ ସୈନିକଙ୍କ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା । ଏହି ଅବସରରେ ପୁର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ଉପାଧ୍ୟକ୍ଷ ଗୋଲକ ବିହାରୀ ସାହୁ, ଶିକ୍ଷକ ଚିତରଞ୍ଜନ ନାୟକ, ପ୍ରଦୀପ କୁମାର ଜେନା, ବାବୁରାମ ମାଝୀ, ବିନୟ କୁମାର ନାୟକ, ସୁଦିପ୍ତ ଦାସ, ଦୟାନିଧି ଚିନରା, ରାଜେଶ ବେହେରା, ପାର୍ଥ ସାରଥି ଜେନା, ପ୍ରଶାନ୍ତ କୁମାର ଦାସ, ହିମାଂଶୁ ରଞ୍ଜନ ବାରିକ, ବିଜୟ କୁମାର ପହି, ବ୍ରହ୍ମାନନ୍ଦ ମଲ୍ଲିକ, ତନୁଶ୍ରୀ ତନୟା ପହି, ଦିପାରାଣୀ ବେହେରା, ମମତା ବେହେରା, ଶାଶ୍ୱତୀ ପଳତା, ସୁଚିତ୍ରା ଦାସ, ସୁଚିସ୍ମିତା ବାରିକ, ସଦ୍ୟଲକ୍ଷ୍ମୀ ଜେନା,ସୌମ୍ୟାରାଣୀ ଜେନା ଏବଂ ସହକର୍ମୀ ମଞ୍ଜୁଲତା ଖୁଣ୍ଟିଆ, ପ୍ରମିଳା ପାତ୍ର, ଅନିମା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପାରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ